ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବରବ୍ୟବସାୟ

ତୈଳ ଦର ବୃଦ୍ଧି ପାଇଁ ଦାୟୀ କିଏ? ମୁହଁ ଖୋଲିଲେ ମନ୍ତ୍ରୀ

ତୈଳ ଦର ବୃଦ୍ଧି ପାଇଁ ଦାୟୀ କିଏ ମୁହଁ ଖୋଲିଲେ ମନ୍ତ୍ରୀ

ଲଗାତର ବଢ଼ି ଚାଲିଛି ତୈଳ ଦର। ଗତ ୫ ଦିନ ଭିତରେ ପେଟ୍ରୋଲ ଡିଜେଲ ଦର ୩ ଟଙ୍କା ୨୦ ପଇସା ବୃଦ୍ଧି ପାଇଲାଣି। ଏଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ କାହିଁକି ବଢ଼ୁଛି ତୈଳ ଦର? ଏଥିପାଇଁ ଦାୟୀ କିଏ? ସେ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ।

ସେ ତୈଳ ଦର ବୃଦ୍ଧିକୁ ସଠକ୍‌ ବୋଲି ଦର୍ଶାଇଛନ୍ତି। ତୈଳ ଦର ବୃଦ୍ଧି ପାଇଁ ସେ ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ସେ ଦାୟୀ କରିଛନ୍ତି। ସେ କହିଛନ୍ତି, ଯୁଦ୍ଧ ପାଇଁ ଯୁଦ୍ଧ ପାଇଁ ବଜାରରେ ତେଲ ଦର ବଢିଛି। ଯାହା ଭାରତ ସରକାରଙ୍କ ନିୟନ୍ତ୍ରଣ ବାହାରେ। ଭାରତ ରୁଷରୁ ୮୦ ପ୍ରତିଶତ ତେଲ ଆମଦାନୀ କରିଥାଏ। ଯୁଦ୍ଧ ପାଇଁ ତେଲ ବଜାରରେ ନିଆଁ ଲାଗିଛି। ସରକାର ଏହା ଉପରେ କିଛି କରିପାରିବେ ନାହିଁ। ୨୦୦୪ରୁ ଭାରତ ଆତ୍ମନିର୍ଭର ହେବା ଉପରେ ଜୋର୍ ଦିଆଯାଉଛି। ତେଣୁ ସ୍ୱଦେଶୀ ଜ୍ଞାନ କୌଶଳକୁ ବିକଶିତ କରିବାକୁ ହେବ। ନିଜେ ଇନ୍ଧନ ତିଆରି କରିବା ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୨ ତାରିଖରୁ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆରମ୍ଭ ହୋଇଛି। ଏହି କ୍ରମରେ ଶନିବାର ଚତୁର୍ଥ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇ ଏହା ଲିଟର ପିଛା ୮୦ ପଇସା ଲେଖାଏଁ ବଢ଼ିଛି। ଫଳରେ ଚାରି ଦିନରେ ଲିଟର ପିଛା ଡିଜେଲ ଓ ପେଟ୍ରୋଲ ଦର ୩ ଟଙ୍କା ୨୦ ପଇସା ପର୍ଯ୍ୟନ୍ତ ମହଙ୍ଗା ହୋଇଛି।

Related posts

ମହଙ୍ଗା ମାଡ ପରେ ମାଡ , ଡିଜେଲ ଦର ଵୃଦ୍ଧି ପରେ ବଢ଼ିଲା ବସ୍ ଭଡା

Odisha Halchal

କଫା ବଝୋଇ ଘାଡି ଓଳଟି ପଡି ରହିଛି

Odisha Halchal

ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ଦ୍ୱାରା ସୈନିକ ଦିବସ ପାଳନ

Odisha Halchal

Leave a Comment