ଓଡ଼ିଶା ଖବରନ୍ୟୁଜ୍

କଣ ରହିଛି ଭୋଗରାଇ ରାଜନୀତି ପାଣିପାଗ

କଣ ରହିଛି ଭୋଗରାଇ ରାଜନୀତି ପାଣିପାଗ

ବାଲେଶ୍ୱର :-ଚର୍ଚ୍ଚା ରେ ଏବେ ଭୋଗରାଇ ବିଧାନସଭା ନିର୍ବାଚନ ଅନନ୍ତ ପରେ କିଏ ଦଖଲ କରିବ ଭୋଗରାଇ ବିଜେଡି ଟିକେଟ କୁ ନେଇ ଏବେଠୁ ଆରମ୍ଭ ହେଲାଣି ଚର୍ଚ୍ଚା ବଂଶବାଦୀ ରାଜନୀତି ଚାଲିବ ନା କିଛି ବଦଳି ବିଜେଡି ଟିକେଟ ଚର୍ଚ୍ଚା ରେ ଏବେ ୩ ପ୍ରମୁଖ ଚେହେରାଗୌତମ, ନା ବିଷ୍ଣୁ ନା ଅନନ୍ତ ଙ୍କ ପରିବାର ରୁ କେହି କହଯାଉଛି ଏବେ କୋଉଠି ସାଧାରଣ ନିର୍ବାଚନ ଅତିଶୀଘ୍ର ହେବାକୁ ଯାଉଛି ।

ହେଲେ ଏବେଠୁ ଭୋଗରାଇ ଚା ଖଟି ରେ ରାଜନୀତି ଉଷ୍ଣତା ଦେଖିବାକୁ ମିଳୁଛି କାରଣ 19 ବର୍ଷ ଶାସନ ପରେ ଏଥର ଭୋଗରାଇ ଜନତା ନୂଆ ବିଧାୟକ ପାଇବେ, କାରଣ ବୟସ କାରଣ ହେତୁ ଏଥର ଟିକେଟ ରେସ ରୁ ବାଦ ପଢି ପାରନ୍ତି ବିଧାୟକ ଅନନ୍ତ ଦାସ, ଏଥିପାଇଁ ସମସ୍ତ ଙ୍କ ନଜର କିଏ ପାଇବ ବିଜେଡି ଟିକେଟ, ହେଲେ ଏବେ ସବୁଠୁ ଆଗରେ ଅଛନ୍ତି ବିଜେଡି ମୁଖପାତ୍ର ତଥା ଭୋଗରାଇ ପୂର୍ବତନ ବିଧାୟିକା ଦୁର୍ଗା ଦାସ ଙ୍କ ପୁଅ ଗୌତମ ବୁଦ୍ଧ ଦାସ ଗୌତମ ଏକ ବର୍ଷ ରୁ ଉର୍ଦ୍ଧ ସମୟ ବିଜେଡି ରେ ମିଶି ରାଜ୍ୟ ରାଜନୀତି ରେ ଏକ ସଫଳ ଚେହେରା ପାଲିଟିଲେଣି, ଏବଂ ବିଭିନ୍ନ ଟେଲିଭିଜନ ଦଳ ପାଇଁ ଯୁକ୍ତି ବାଡ଼ି ସେ ତାଙ୍କ ର ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ସେପଟେ ଚର୍ଚ୍ଚା ହେଉଛି ବିଜେଡି ସଂଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ସହିତ କୋଉଠି ଭଲ ସମ୍ପର୍କ ରଖିଛନ୍ତି ।

ଗୌତମ, ଏବଂ ବିଜେଡି ର ଟିକେଟ ପାଇଁ ଦ୍ୱିତୀୟ ଦାବିଦାର ବୋଲି ଚର୍ଚ୍ଚା ହେଉଛନ୍ତି ଶିକ୍ଷା ଅଧିକାରୀ ବିଷ୍ଣୁ ସେଠି ତାଙ୍କର କୁଆଡେ ବିଜେଡି ର ତୃତୀୟ ମହଲା ସହିତ ଭଲ ସମ୍ପର୍କ ରହିଛି ସିଏ କୁଆଡେ ଟିକେଟ ଦାବିଦାର ରହୁଛନ୍ତି, ଏପଟେ ବିଧାୟକ ଅନନ୍ତ ଦାସ ନିଜେ ରାଜନୀତି ରୁ ଅବସର ନେଇ ପରିବାର ର କାହାକୁ ଗୁଟେ ଦାୟିତ୍ୱ ଦେବେ ବୋଲି ବିଚାର ବିମର୍ଶ କରୁଛନ୍ତି। ଯଦି ପୁଅ କୁ ରାଜନୀତି କୁ ଆଣି ବ୍ଲକ ଅଧକ୍ଷ କରିବା ର ସପ୍ନ ଦେଖୁଥିଲେ ଶ୍ରୀ ଦାସ ସେ ସପ୍ନ ମଧ୍ୟ ସପ୍ନ ହେଇରହିଗଲା କାରଣ ଯେଉଁ ପଂଚାୟତ ରୁ ନିର୍ବାଚନ ଲଢ଼ି ଥିଲେ ଶ୍ରୀ ଦାସ ଙ୍କ ପୁଅ ସେଇ ପଂଚାୟତ ରୁ ହାରିଗଲେ, ଏବେ ତାଙ୍କ ବୋହୁ ଙ୍କୁ ନିର୍ବାଚନ କୁ ଆଣିବାର ପ୍ରଚେଷ୍ଟା ଚଳାଇଛନ୍ତି ଶ୍ରୀ ଦାସ, ଏ ଥିଲା ବିଜେଡି କଥା କଂଗ୍ରେସ କଥା କହିଲେ ଭୋଗରାଇ ର ସତ୍ୟସିବ ଦାସ ଙ୍କ କଥା କୁ ହଁ ବୁଝାଏ ବେଳେ ବେଳେ ଚର୍ଚ୍ଚା ହୁଏ ଭୋଗରାଇ କଂଗ୍ରେସ କୁ ବଂଚେଇ ରଖିଛନ୍ତି ଶ୍ରୀ ଦାସ କାରଣ ଦୁଇ ଦୁଇ ଥର ନିର୍ବାଚନ ର ପରାଜୟ ର ସ୍ୱାଦ ଚାଖିବା ପରେ ମଧ୍ୟ ଲୋକ ଙ୍କ ସହ ରହି ଆସୁଛନ୍ତି ।

ଶ୍ରୀ ଦାସ ସେଥିପାଇଁ କଂଗ୍ରେସ ଟିକେ ତାଙ୍କ ପାଇଁ ଥୁଆ ବୋଲି ଚର୍ଚ୍ଚା ହେଉଛି, ଆଉ ରହିଲା ବିଜେପି କଥା ବିଜେପି କଥା ନ କହିଲେ ଭଲ କାରଣ ଗତ ପାଞ୍ଚ ବର୍ଷ ର ସଂଗଠନ ବିସ୍ତାର କଥା ତ ଛାଡ଼ ସବୁବେଳେ ଚର୍ଚ୍ଚା ହୋଉଛି ବିଜେପି ସଂଗଠନ ଦିନକୁ ଦିନ ଭାଙ୍ଗିବାର ଲାଗିଛି, ହେଲେ ଏପଟେ ଆମ ଆଦମୀ ପାଟି ଭୋଗରାଇ ପାର୍ଥି ଦେବ ବୋଲି ସଂଗଠନ ପ୍ରସ୍ତୁତ କରିବାର ଲାଗିଛି ଖାଲି ଦେଖିବାକୁ ବାକି ରହିଲା 2024 ରେ ଭୋଗରାଇ କାହାର ।

Related posts

ଚିକିତ୍ସାଳୟରେ ଡ଼ାକ୍ତରଙ୍କ ଅବହେଳା ଅଭିଯୋଗ

Odisha Halchal

ପଶ୍ଚିମରେ ବର୍ଷିବ ନିଆଁ : ୪୪ ଡିଗ୍ରୀ ଟପିବ ପାରଦ

Odisha Halchal

ଶେଷ ହେଲା ଆଇପିଏଲ ଢଙ୍ଗରେ ଏମ୍.ପି.ଏଲ

Odisha Halchal

Leave a Comment