ଅପରାଧଓଡ଼ିଶା ଖବରନ୍ୟୁଜ୍

ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ

ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ

ସଂପର୍କରେ ଦାଗ । ବୁଝିଲାନି ବାପା ଓ ପୁଅର ସଂପର୍କ । ନିଶାସକ୍ତ ଅବସ୍ଥାରେ ବାପାର କଟୁରି ଚୋଟରେ ପୁଅର ମୃତ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମରେ । ମୃତକ ହେଲେ ଗୋଲବଦନ ପାତ୍ର, ତାଙ୍କ ବୟସ ୩୨ ବର୍ଷ ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମର ମୁଚି ପାତ୍ର ଓ ତାଙ୍କର ପୁଅ ଗୋଲବଦନ ମଧ୍ୟରେ ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି କାରଣରୁ ବଚସା ହୋଇଥିଲା । ତେବେ ନିଶାସକ୍ତ ଅବସ୍ଥାରେ ଥିବା ବାପା ମୁଚି ତାଙ୍କର ପୁଅ ଗୋଲବଦନକୁ ଏକ କଟୁରୀ ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ କଟୁରୀ ଚୋଟରେ ଗୋଲବଦନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଖବରପାଇ ଦେବଗଡ ଥାନା ପୁଲିସ ଏବଂ ସାଇଣ୍ଟିଫିକ ଟିମ ପଂହଚି ଶବ ଓ ରକ୍ତ ଭିଜା କଟୁରୀ ଜବତ କରିବା ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ବାପା ମୁଚିକୁ ପୁଲିସ ଅଟକ ରଖି ପଚାରାଉଚୁରା ଜାରି ରଖିଛି ।

ସେହିପରି ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ତଦନ୍ତକୁ ଜୋରଦାର କରାଯିବ ବୋଲି ସୂଚନା ମିଳିଛି । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

Related posts

ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏନଏସଏସ ତରଫରୁ ବିଶ୍ୱ ଏଡସ ଦିବସ ପାଳିତ

Odisha Halchal

ଇରାକ୍‌ରେ ଆମେରିକୀୟ ଦୂତାବାସ ଉପରେ ଖସିଲା ୬ ରକେଟ୍‌

Odisha Halchal

ପାଣିପଞ୍ଚାୟତ ୧୦ ପ୍ରତିନିଧି ନିର୍ବାଚନ ଅନୁଷ୍ଠିତ

Odisha Halchal

Leave a Comment