ଦେଶ ବିଦେଶନ୍ୟୁଜ୍

ରାଜ୍ୟସଭା ନିର୍ବାଚନ: ୪୧ ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ନିର୍ବାଚିତ, ୧୬ ଆସନରେ କଡ଼ା ମୁକାବିଲା

ରାଜ୍ୟସଭା ନିର୍ବାଚନ ୪୧ ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ନିର୍ବାଚିତ, ୧୬ ଆସନରେ କଡ଼ା ମୁକାବିଲା

ରାଜ୍ୟସଭା ଲାଗି ୫୭ ଆସନରେ ହେବାକୁ ଥିବା ନିର୍ବାଚନରେ ଶୁକ୍ରବାର ୪୧ ଜଣ ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏହି ୪୧ ପ୍ରାର୍ଥୀଙ୍କ ମଧ୍ୟରେ କଂଗ୍ରେସର ପି ଚିଦାମ୍ବରମ ଓ ରାଜୀବ ଶୁକ୍ଲା, ବିଜେପିର ସୁମିତ୍ରା ବାଲ୍ମିକୀ ଓ କବିତା ପାଟିଦାର, କଂଗ୍ରେସର ପୂର୍ବତନ ନେତା କପିଲ ସିବଲ, ଆରଜେଡିର ମୀସା ଭାରତୀ ଓ ରାଷ୍ଟ୍ରୀୟ ଲୋକଦଳର ଜୟନ୍ତ ଚୌଧୁରୀ ସାମିଲ ଅଛନ୍ତି ।

ଉତ୍ତର ପ୍ରଦେଶରେ ସମସ୍ତ ୧୧, ତାମିଲନାଡୁରେ ୬, ବିହାରରେ ୫, ଆନ୍ଧ୍ର ପ୍ରଦେଶରେ ୪, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ୩-୩, ଛତିଶଗଡ଼, ପଂଜାବ, ତେଲେଙ୍ଗାନା ଓ ଝାଡ଼ଖଣ୍ଡରେ ୨-୨, ଉତ୍ତରାଖଣ୍ଡରେ ଜଣେ ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ୪୧ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେପିରୁ ଅଛନ୍ତି ୧୪ ଜଣ ।

କଂଗ୍ରେସ-ୱାଇଏସଆର କଂଗ୍ରେସର ୪-୪ ଅଛନ୍ତି । ଆମ ଆଦମୀ ପାର୍ଟି, ଆରଜେଡି, ତେଲଙ୍ଗାନା ରାଷ୍ଟ୍ର ସମିତି, ଡିଏମକେର ୨-୨, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚ. ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକ ଦଳର ଜଣେ ଲେଖାଏଁ ନେତା ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟ, ୧୫ ରାଜ୍ୟର ୫୭ ରାଜ୍ୟସଭା ଆସନ ପୂରଣ ପାଇଁ ଜୁନ ୧୦ରେ ନିର୍ବାଚନ ହେବ ।

Related posts

ବର୍ଷାଙ୍କୁ ଝଟକା, ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ କୋର୍ଟଙ୍କ ନିର୍ଦ୍ଦେଶ

Odisha Halchal

ପାଣି ଟାଙ୍କି ତଳେ ପଡିଛି ଯୁବତୀଙ୍କ ମୃତଦେହ

Odisha Halchal

ସ୍କୁଲକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ମନା

Odisha Halchal

Leave a Comment