ଦେଶ ବିଦେଶନ୍ୟୁଜ୍

ଏପ୍ରିଲ୍‌ ମାସରେ ବଢ଼ିଛି ରପ୍ତାନୀ; ହେଲେ ଆମଦାନୀ ତୁଳନାରେ କମ୍, ବାଣିଜ୍ୟିକ କ୍ଷତି ବି ଅଧିକ

ଏପ୍ରିଲ୍‌ ମାସରେ ବଢ଼ିଛି ରପ୍ତାନୀ; ହେଲେ ଆମଦାନୀ ତୁଳନାରେ କମ୍, ବାଣିଜ୍ୟିକ କ୍ଷତି ବି ଅଧିକ

ବଢ଼ୁଛି ରପ୍ତାନୀ। ପୂର୍ବ ଅପେକ୍ଷା ବିଦେଶକୁ ଅଧିକ ରପ୍ତାନୀ କରୁଛି ଭାରତ। ୨୦୨୨ ଏପ୍ରିଲ୍ ମାସରେ ରପ୍ତାନୀରେ ୨୪.୨୨ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ଏପ୍ରିଲ ମାସରେ ଭାରତର ରପ୍ତାନୀ ୩୮.୧୯ ଆରବ ଡଲାର ହୋଇଛି। ମଙ୍ଗଳବାର ବାଣିଜ୍ୟ ମନ୍ତ୍ରାଳୟ ଦେଇଥିବା ସୂଚନା ଅନୁସାରେ, ପେଟ୍ରୋଲିୟମ୍ ଉତ୍ପାଦ, ଇଲେକ୍ଟ୍ରୋନିକ ଓ ରସାୟନ ସାମଗ୍ରୀ ଆଦି ରପ୍ତାନୀ କ୍ଷେତ୍ରରେ ଭାରତ ଏପ୍ରିଲ ମାସରେ ଭଲ ପ୍ରଦର୍ଶନ କରିଛି।

ତେବେ ରପ୍ତାନୀ ସହିତ ଆମଦାନୀରେ ବି ବୃଦ୍ଧି ହୋଇଛି। ବାଣିଜ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ମାସରେ ଦେଶର ଆମଦାନୀ ୨୬.୫୫ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ଦେଶରେ ଆମଦାନୀ ୫୮.୨୬ ଆରବ ଡଲାର ପଞ୍ଚିଛି। ଇଏ ତ ଥିଲା ଆମଦାନୀ ଓ ରପ୍ତାନୀ କଥା, ଏବେ ଜାଣନ୍ତୁ ଭାରତର ବ୍ୟବସାୟିକ କ୍ଷତି ବିଷୟରେ।

ଏପ୍ରିଲ ୨୦୨୨ରେ ବାଣିଜ୍ୟ କ୍ଷତି ବଢ଼ିଛି। ଚଳିତ ବର୍ଷ ଏପ୍ରିଲ ମାସର ବ୍ୟବସାୟିକ କ୍ଷତି ମିଶାଇ ମୋଟ ୨୦.୯୭ ଆରବ ଡଲାର କ୍ଷତି ହୋଇଛି। ଗତବର୍ଷ ଏପ୍ରିଲ୍‌ ମାସରେ ଏହି କ୍ଷତି ପରିମାଣ ୧୫.୨୯ ଆରବ ଡଲାର ଥିଲା।

ଗତ ଆର୍ଥିକ ବର୍ଷର ରିପୋର୍ଟ ଅନୁସାରେ, ପେଟ୍ରୋଲିୟମ ଉତ୍ପାଦ, ଇଞ୍ଜିନୟରିଂ ସାମଗ୍ରୀ,ରତ୍ନ ଏବଂ ଆଭୂଷଣ ଓ ରସାୟନ କ୍ଷେତ୍ରରେ ଭଲ ପ୍ରଦର୍ଶନ ସହିତ ୨୦୨୧-୨୨ରେ ଭାରତର ସାମଗ୍ରୀ ରପ୍ତାନୀ ୪୧୮ ଆରବ ଡଲାରର ରେକର୍ଡ ସ୍ତରରେ ପହଞ୍ଚିଛି। ମାର୍ଚ୍ଚ ୨୦୨୨ରେ ଦେଶରେ ୪୦ ଆରବର ଡଲାରର ରପ୍ତାନୀ କରିଥିଲା। ଯାହା ମାସରକରେ ସର୍ବାଧିକ ରପ୍ତାନୀକୁ ସୂଚାଉଛି। ଏହା ପୂର୍ବରୁ ମାର୍ଚ୍ଚ ୨୦୨୧ରେ ରପ୍ତାନୀ ମୂଲ୍ୟ ୨୪ ଆରବ ଡଲାର ଥିଲା ବୋଲି ଅର୍ଥମନ୍ତ୍ରାଳୟ କହିଛି।

Related posts

ଆଦିବାସୀବହୁଳ ଅଞ୍ଚଳରେ ବର୍ଷିବ ସୁନା

Odisha Halchal

ଘଟଗାଁ ନାବାଳିକା ଗଣଦୁଷ୍କର୍ମ ମାମଲା : ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ

Odisha Halchal

ପଞ୍ଚାୟତ ନିର୍ବାଚନ: ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଦିନ ୧ଟା ସୁଦ୍ଧା ୭୦ ପ୍ରତିଶତ ମତଦାନ

Odisha Halchal

Leave a Comment