ଅପରାଧଓଡ଼ିଶା ଖବରନ୍ୟୁଜ୍

ପ୍ରଶାସନିକ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା !

ପ୍ରଶାସନିକ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା !

କଟକ (ବ୍ୟୁରୋ:ଓଡିଶା ହାଲଚାଲ):-ମାହାଙ୍ଗା ର ଜନସାଧାରଣ ଙ୍କ ପାଇଁ ମାନ୍ୟବର ବିଧାୟକ ଅଧିକରୁ ଅଧିକ ଉନ୍ନତି ଓ ଗମନାଗମନ ସୁବିଧା କରିବାକୁ ଯଥାସମ୍ଭବ ଚେଷ୍ଟା କରିବାକୁ ଉଦ୍ୟମ କରୁଥିବା ବେଳେ କିଛି ପ୍ରଶାସନିକ ଅଧିକାରୀ ଓ ଠିକାଦାର ଙ୍କ ପାଇଁ ଏହା ତ୍ୱରାନ୍ୱିତ ହୋଇପାରୁନି।

ଦେଖନ୍ତୁ ଏହି ଦୃଶ୍ୟ, ରାହାଣିଆ ପଞ୍ଚାୟତ ଗୋବରୀ ନଦୀ ଉପରେ ନୂତନ ବ୍ରିଜ ନିର୍ମାଣ ର ଅବଧି ଶେଷ ହେବା ପରେ ମଧ୍ୟ ବ୍ରିଜ କାର୍ଯ୍ୟ ଶେଷ ହୋଇନି କି ଆପ୍ରୋଚ ରୋଡ ର ମଧ୍ୟ କାର୍ଯ୍ୟ ତ୍ବରାନ୍ବିତ ହୋଇନି।ନୂତନ ବ୍ରିଜ ନିର୍ମାଣ ସମୟରେ ପୁରୁଣା ବ୍ରିଜ ପାଖରୁ ମାଟି ତାଢିବା ଫଳରେ ଏବେ ବର୍ଷା ଯୋଗୁଁ ତାହା ବାଧାପ୍ରାପ୍ତ ହୋଇଛି।

ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ପାଇଁ ଏହି କାର୍ଯ୍ୟ ସମ୍ପନ୍ନ ହେଉନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି, ବଡ କଥା ହେଉଛି କି ଏହି ପୁରୁଣା ବ୍ରିଜ କ୍ଷତି ହେବା ଫଳରେ ଗୋଟେ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରିବନି।କିନ୍ତୁ ପ୍ରଶାସନ ନୀରବଦ୍ରଷ୍ଟା ତୁରନ୍ତ ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।

Related posts

ଟଙ୍କା ପାଇଁ ଭୁଲିଗଲା ସ୍ନେହ, ମାକୁ ପିଟି ପିଟି ହତ୍ୟା କଲା ପୁଅ

Odisha Halchal

ଭିଜିଲାନ୍ସ ଜାଲରେ ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ

Odisha Halchal

ଖାଉଟି ଯୋଗାଣ କେନ୍ଦ୍ରରେ ଦିନ ତମାମ ପଡିଛି ତାଲା

Odisha Halchal

Leave a Comment