ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ମହଙ୍ଗା ମାଡ ପରେ ମାଡ , ଡିଜେଲ ଦର ଵୃଦ୍ଧି ପରେ ବଢ଼ିଲା ବସ୍ ଭଡା

ମହଙ୍ଗା ମାଡ ପରେ ମାଡ , ଡିଜେଲ ଦର ଵୃଦ୍ଧି ପରେ ବଢ଼ିଲା ବସ୍ ଭଡା

ପ୍ରଟ୍ରୋଲ, ଡିଜେଲ ଦରବୃଦ୍ଧି ପରେ ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ । ରାଜ୍ୟରେ ବଢିଲା ବସ ଭଡା । ସାଧାରଣ ଵସ୍ ଭଡା ୮୭ ପଇସାରୁ ୯୦ପଇସା ହେଲା । ସେହିଭଳି ଏକ୍ସପ୍ରେସ ଭଡା ୯୧ରୁ ୯୪ ପଇସାକୁ ବୃଦ୍ଧି ହୋଇଛି । ଏହାସହ ଡିଲକ୍ସ ଵସ୍ ଭଡା ୧ଟଙ୍କା ୨୫ରୁ ୧ଟଙ୍କା ୩୧ହୋଇଥିବାବେଳେ ଏସି ଡିଲକ୍ସ ଭଡା କିମି ପିଛା ୧ଟଙ୍କା ୫୩ରୁ ୧ଟଙ୍କା ୫୯ ପଇସାକୁ ବୃଦ୍ଧି ହୋଇଛି ।

ସୁପର ଡିଲକ୍ସ ଭଡା ୨ଟଙ୍କା ୩୮ରୁ ୨ଟଙ୍କା ୪୭ ଫିସା ହୋଇଛି । ଭଡା ବୃଦ୍ଧି ନେଇ ଅଲ ଓଡିଶା ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି । ସବୁ ଜିନିଷର ଦରଦାମ ବୃଦ୍ଧି ପରେ ବସ ଭଡା ବଢିବା ଖାଉଟିଙ୍କୁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।

ସୂଚନା ଥାଉକି, ଏହା ପୂର୍ବରୁ ଜୁଲାଇ ୨୦୨୧ ରେ ବସ୍ ଭଡା ବୃଦ୍ଧି ପାଇଥିଲା । କିଲୋମିଟର ପିଛା ୪ ପଇସାରୁ ୧୨ ପଇସା ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ସଂଘ । ଦୀର୍ଘ ଦିନ ପରେ ଏବେ ପୁଣିଥରେ ପେଟ୍ରୋଲ ଜିଡେଲ ଦର ବୃଦ୍ଧି ପରେ ବସ ଭଡା ବଢିଛି । ଏବେ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୮.୬୫ ପଇସା ଥିବାବେଳେ ଜିଡେଲ ଲିଟର ପିଛା ୯୮.୪୨ ପଇସା ଅଛି । ଖାସ କରି ମାଲକାନଗିରିରେ ୧୧୮ ଟଙ୍କା ପାର୍ କରିଛି ତୈଳ ଦର ।

Related posts

ମାଓବାଦୀଙ୍କୁ ସାମଗ୍ରୀ ଯୋଗାଇବା ଅଭିଯୋଗରେ ଜଣଙ୍କୁ ଗିରଫ କଲା କଳାହାଣ୍ଡି ପୋଲିସ

Odisha Halchal

ପୋଲିସ ନିରବତା କୁ ନେଇ ପ୍ରଶ୍ନ

Odisha Halchal

ଉନ୍ନତ ମାନର ସେବା ଯେଗାଇ ଦେବା କ୍ଷେତ୍ରରେ ଆଉ ଏକ ପାଦ ଆଗରେ ଏସସିବି

Odisha Halchal

Leave a Comment