ଓଡ଼ିଶା ଖବରନ୍ୟୁଜ୍

ଧାନକିଣାରେ କାଟ ଓ ଚାଉଳ କାଟର ପ୍ରତିବାଦରେ ବୌଦ୍ଧ ବିଜୁ ଜନତା ଦଳ

ଧାନକିଣାରେ କାଟ ଓ ଚାଉଳ କାଟର ପ୍ରତିବାଦରେ ବୌଦ୍ଧ ବିଜୁ ଜନତା ଦଳ

ବୌଦ୍ଧ :-ଓଡିଶାକୁ କେନ୍ଦ୍ର ସରକାର ସଦାସର୍ବଦା ମାରଣ ନୀତି କରୁଥିବା ନେଇ ଆଜି ସାରା ରାଜ୍ୟରେ 314 ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିଜେଡ଼ି ଦଳ ଲୋକଙ୍କ ବଳ ସେ ଲୋକମାନଙ୍କ ହକ ପାଇଁ କେନ୍ଦ୍ର ସରକାର ଯେଉଁ ଓଡ଼ିଶା ରାଜ୍ୟରୁ ଧାନକିଣାରେ କାଟ ଓ ଚାଉଳ କାଟର ପ୍ରତିବାଦରେ ବୌଦ୍ଧ ବିଜୁ ଜନତା ଦଳ ତରଫରୁ ପ୍ରତିବାଦ କରାଯିବା ସହିତ କେନ୍ଦ୍ର ସରକାରଙ୍କ ଏହି ଗରିବ ମାରଣନୀତିର ବିରୋଧ କରା ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ବୌଦ୍ଧ ଜିଲ୍ଲା ବିଜୁ ଜନତା ଦଳ ଯୁବ ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କ ନେତୃତ୍ତ୍ୟୁରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ , ରାଜନେତା ଦଳୀୟ କର୍ମୀ ଓ ସ୍ଥାନୀୟ ଜନସାଧାରଣ ମାନେ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ଏହି ଗରିବ ମାରଣ ନୀତି ବିରୋଧ ରେ ଧାରଣା ଦେବା ସହ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନମାନ ଦେବା ସହିତ ପ୍ରତିବାଦ ସଭା କରିଥିଲେ।

କେନ୍ଦ୍ରସରକାର ବଜେଟରେ ଧାନକିଣା ପାଣ୍ଠିରେ ୨୦ ହଜାର କୋଟି ଟଙ୍କା ହ୍ରାସ କରିବା ଏବଂ ଓଡ଼ିଶାରୁ କିଣାଯାଉଥିବା ଉଷୁନା ଚାଉଳ କୋଟା ହ୍ରାସ କରିବା ଫଳରେ ଓଡ଼ିଶାର କୃଷକ ମାନେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେବେ ବୋଲି ଆନ୍ଦୋଳନକାରୀ ମାନେ ଅଭିଯୋଗ କରିଥିଲେ। ଏଥି ସହିତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣାରେ ପ୍ରଦାନ କରାଯାଉଥିବା ୫କିଲୋ ଚାଉଳ ବନ୍ଦ କରାଯାଇଥିବାରୁ ଏହା ଓଡିଶାର ଗରିବ ମାନଙ୍କ ପେଟକୁ ଲାତ ମାରିବା ସଦୃଶ୍ୟ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି l କେନ୍ଦ୍ର ଯଦି ତୁରନ୍ତ ଏହାର ସୁବିଚାର ନକରନ୍ତି ତେବେ ଓଡ଼ିଶାବାସୀଙ୍କ ସ୍ୱାର୍ଥପାଇଁ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ। ଏସମ୍ପର୍କିତ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

ଏହି ପ୍ରତିବାଦ ସଭାରେ ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର, ଅଶୋକ ସାହୁ , ଓକିଲ ସଂଘ ର ସଭାପତି ତାରେନି ମହାପାତ୍ର ,ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ ୱାର୍ଡ ମେମ୍ବର ସମତେ ବହୁ ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ lସେହିପରି କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ସାମ୍ନାଠାରେ ଓଡ଼ିଶାର ଶାଢେ 4 କୋଟି ଜନତାଙ୍କ ସୁଖ ଦୁଃଖର ସାଥି ମମତା ଯୋଜନା ଠାରୁ ହରିଶ୍ଚନ୍ଦ୍ର ଯୋଜନା ମାଗଣାରେ ଅନ୍ନ ଯୋଜନା ଗରିବ ପିଲାଙ୍କ ଶିକ୍ଷା ଯୋଜନା, ଗରିବଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା, ଗାଁ ଗାଁରେ ମିଶନ ଶକ୍ତି ଦଳ କରି ମାଁ ମାନଙ୍କୁ ନିଜ ଗୋଡ଼ରେ ନିଜେ ଠିଆ ଉଠି ନିଜେ ସ୍ୱବାଵଲମ୍ବୀ ହୋଇ ପରିବାର ପ୍ରତି ପୋଷଣ କରିବେ ପିଲାମାନଙ୍କୁ ଉତ୍ତମ ଶିକ୍ଷା ଦେବେ l

ପ୍ରତି ପରିବାର ସ୍ୱଚ୍ଛ ପିଇବା ପାଣି ପାଇବେ, ପ୍ରତି ଚାଷୀ ତାଙ୍କ ଚାଷ ଜମିକୁ ପାଣି ପାଇ ପାରିବେ ଆହୁରି ଅନେକ ଯୋଜନା ରାତି ଦିନ ଅକ୍ଲାନ୍ତ ପରିଶ୍ରମ କରୁଥିବା ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ନେତୃତ୍ତ୍ୟୁରେ କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ସାମ୍ନା ଠାରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି, ଜିଲ୍ଲା ପରିଷଦ ଉପାଧକ୍ଷ ଶଙ୍କର୍ଷଣ ପ୍ରଧାନ, କଣ୍ଟାମାଳ ବ୍ଲକ ଉପାଧକ୍ଷ ମହେନ୍ଦ୍ର ରଣା, ବ୍ଲକ ସଭାପତି ପ୍ରେମରାଜ ରଣା, ସାଂସଦ ପ୍ରତିନିଧି ଶମ୍ଭୁ ପ୍ରସାଦ ସାହୁ, ସରକାରୀ ଓକିଲ ରାଧା ବଲ୍ଲବ ପ୍ରଧାନ, ପ୍ରଶାନ୍ତ ରଣା, ସନ୍ତୋଷ ଦନ୍ତା, ଅଳକା ପ୍ରଧାନ, କୁଳୁତା ଯୋର ସରପଞ୍ଚ ଚୁମକି ଭୋଇ, ଘଣ୍ଟାପଡା ଜୋନ -1 ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ଭୋଇ ସମେତ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଛାମୁଆଁ ଟାଣୁଆଁ ଲଡୁଆ ଲୋକମାନଙ୍କର ସୁଖ ଦୁଃଖର ସାଥି ବିଜେଡ଼ି ରାଜନେତା ଦଳୀୟ କର୍ମୀ ଓ ସ୍ଥାନୀୟ ଜନସାଧାରଣ ମାନେ ଏକତ୍ରିତ ହୋଇ କେନ୍ଦ୍ର ସରକାର ଗରିବମାନଙ୍କର ପେଟରେ ମାରଣ ନୀତି କରୁଥିବାରୁ ତାର ଧୃଡ଼ ବିରୋଧରେ ଧାରଣା ଦେବା ସହ କେନ୍ଦ୍ର ସରକାଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନମାନ ଦେବା ସହିତ ପ୍ରତିବାଦ ସଭା କରିଥିଲେ।

ପରିଶେଷରେ ତୁରନ୍ତ ଏହାର ସୁବିଚାର ନକରନ୍ତି ତେବେ ଓଡ଼ିଶାବାସୀଙ୍କ ସ୍ୱାର୍ଥପାଇଁ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ। ଏ ସମ୍ପର୍କିତ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଣ୍ଟାମାଳ ବିଧାୟକ ମହିଧର ରଣା, ଜିଲ୍ଲା ପରିଷଦ ସଭ୍ୟା ଘଣ୍ଟାପଡା ଜୋନ 1ର ଶ୍ରୀମତୀ ସୁମିତ୍ରା ଭୋଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶଙ୍କର୍ଷଣ ପ୍ରଧାନ, ସମ୍ଭୁ ପ୍ରସାଦ ସାହୁ, ସରକାରୀ ଓକିଲ ରାଧା ବଲ୍ଲଵ ପ୍ରଧାନ ପ୍ରମୂଖ କଣ୍ଟାମାଳ ଗୋଷ୍ଠି ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନଙ୍କୁ ତାଙ୍କ ଦାବୀ ପତ୍ର ପ୍ରଦାନ କରିଥିଲେ l

Related posts

ରାଜ୍ୟ ବାହାରେ ପ୍ରେମ, ଓଡ଼ିଶାରେ ପ୍ରତାରଣା, ବସଷ୍ଟାଣ୍ଡରୁ ଉଦ୍ଧାର ହେଲେ ଯୁବତୀ

Odisha Halchal

ଟିକା ନେବାକୁ ବାଧ୍ୟ କରିପାରିବେନି ସରକାର: ସୁପ୍ରିମକୋର୍ଟ

Odisha Halchal

ଫ୍ଲାଟ୍‌ରେ ଚଢାଉ କରି ୪ କୋଟି ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ, ୩ ହାୱାଲା ଚାଲାଣକାରୀ ଗିରଫ

Odisha Halchal

Leave a Comment