ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ସ୍ପଷ୍ଟ ଜଣାପଡ଼ିବା ନେଇ ସୁଚନା ଦେଲେ ଆଇଏମଡ଼ି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଆକଳନ ଅନୁସାରେ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
କ୍ରମେ ଉତ୍ତର ପଶ୍ଚିମକୁ ଗତି କରି ୮ସୁଦ୍ଧା ଅବପାତରେ ପରିଣତ ହେବ । ଯାହାଫଳରେ ଆଣ୍ଡାମାନ ସାଗର ଓ ଆଣ୍ଡାମାନ ଦ୍ୱୀପ ଅଚଂଳ ସମୁଦ୍ର ଅଶାନ୍ତ ରହିବ । ସେଠାରେ କାଲି ୪୦ ରୁ ୫୦ ଓ ୮ରେ ୫୫ରୁ ୭୫ କିମି ପର୍ଯ୍ୟନ୍ତ ପବନ ବହିପାରେ ।
ଏହା ମଧ୍ୟ କୁହାଯାଇଛି ଯେ ଆଣ୍ଡାମାନ ସାଗରର ଲଘୁଚାପ ପ୍ରଭାବ ଏବେ ଓଡ଼ିଶାକୁ ନାହିଁ । ଓଡ଼ିଶା ଠାରୁ ବହୁ ଦୂରରେ ଥିବାରୁ ଏହାର ପ୍ରଭାବ ଏବେ ଓଡ଼ିଶାରେ ପଡ଼ିବ ନାହିଁ । ତେଣୁ ଓଡ଼ିଶରେ ଏବେ ହେଉଥିବା ବର୍ଷା କାଳବୈଶାଖୀ ଜନିତ ବୋଲି ସୁଚନା ଦେଇଛନ୍ତି ଆଇଏମଡ଼ି ମହାନିର୍ଦ୍ଦେଶକ ।
ଅନ୍ୟପଟେ ସାମ୍ଭାବ୍ୟ ବାତ୍ୟା ଆସାନୀ କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ ଆରମ୍ଭ କରାଯାଇଛି । ଏସଆରସିଙ୍କ ପକ୍ଷରୁ ୧୮ ଟି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ସୁଚନା ଦିଆଯାଇଛି । ଏବେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।