ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ବୁଧବାରଠୁ ହେବ ୧୨ରୁ ୧୪ ବର୍ଷ ଶିଶୁଙ୍କ ଟିକାକରଣ, ଦିଆଯିବ କୋଭଭାକ୍ସ

ବୁଧବାରଠୁ ହେବ ୧୨ରୁ ୧୪ ବର୍ଷ ଶିଶୁଙ୍କ ଟିକାକରଣ, ଦିଆଯିବ କୋଭଭାକ୍ସ

ବୁଧବାରଠୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟିକାକରଣ । ଯେଉଁମାନଙ୍କର ୨୦୧୫ ମାର୍ଚ୍ଚ ୧୦ ପୂର୍ବରୁ ଜନ୍ମ ହୋଇଛନ୍ତି। ସେମାନଙ୍କୁ କୋଭିଡ ଟିକା ଦିଆଯିବ। ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟୀକା ଦିଆଯାଉଥିଲା । ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜିକରଣ ଜରିଆରେ ଟିକା ଦିଆଯିବ । ଏବେ କୋଓ୍ୱିନ୍‌ ପୋର୍ଟାଲରେ ଏହି ବର୍ଗଙ୍କ ଟିକାକରଣ ଲାଗି ପଞ୍ଜିକରଣ ସୁବିଧା ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅଫଲାଇନରେ ଦିଆଯିବ ଏବଂ ସ୍କୁଲଗୁଡ଼ିକରେ ଟିକା ଦିଆଯିବ । ଏଥିପାଇଁ ଶିକ୍ଷକମାନେ ସହଯୋଗ କରିବେ ।

ତେବେ ସ୍କୁଲ ଟାଇମିଙ୍ଗ ଅନୁସାରେ ଟିକାକରଣ କରିବାକୁ ସିଡିଏମ୍‌ଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷା ବିଭାଗ, SC-ST ବିଭାଗ ସହ ସମନ୍ୱୟ ରଖି କରାଯିବ ଟିକାକରଣ । ପରବର୍ତ୍ତୀ ସମୟରେ ପିଲାଙ୍କ ଟିକାକରଣ ଲାଗି ଡେଡିକେଟେଡ଼ ସେଣ୍ଟର ଖୋଲାଯିବ । ପିଲାମାନଙ୍କୁ କୋଭଭାକ୍ସ ଭ୍ୟାକସିନ୍ ଦିଆଯିବ । ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଦିଆଯିବ । ପୂର୍ବରୁ ଯେଉଁ ନିୟମାବଳୀ ଆଧାରରେ ଟିକାକରଣ ହେଉଥିଲା, ଏ ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ । ଏବେ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର କୋଭଭାକ୍ସ ଟିକା ମହଜୁଦ ଅଛି । ସବୁ ଜିଲ୍ଲାକୁ ଟୀକା ପଠାଯାଇଛି । କିଛି ଉପାନ୍ତ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାକୁ ଆଜି ରାତି ସୁଦ୍ଧା ପହଞ୍ଚଯିବ । ଟିକା ନେବାକୁ ରାଜ୍ୟରେ ୧୨ରୁ ୧୪ ବୟସ ବର୍ଗର ୧୫ ଲକ୍ଷ ୨୧ହଜାର ପିଲା ରହିଛନ୍ତି । ଏମାନଙ୍କ ଟୀକାକରଣ ଲାଗି ୩ ହଜାର ଟିକାଦାତା ଓ ୩ ହଜାର ଭେରିଫାୟାର ନିୟୋଜିତ ହୋଇଛନ୍ତି ।

Related posts

ମାଂସ ବିରିୟାନି ଖାଇବାକୁ ନେଇ ମୁହାଁମୁହିଁ

Odisha Halchal

ବଲାଙ୍ଗିର ସହ ରାଜ୍ୟର ବିଭିନ୍ନ ଜାଗାରେ ଫେକ୍‌ ସାର୍ଟିଫିକେଟ୍‌!

Odisha Halchal

ଡ୍ରେସ୍ କିଣିବାକୁ ପଇସା ନଦେବାରୁ ମାକୁ ହତ୍ୟା

Odisha Halchal

Leave a Comment