ଅପରାଧଓଡ଼ିଶା ଖବରନ୍ୟୁଜ୍

ଯବାନଙ୍କ ଘରେ କଳାକନା ବୁଲାଇଲେ ଚୋର

ଯବାନଙ୍କ ଘରେ କଳାକନା ବୁଲାଇଲେ ଚୋର

ଯବାନଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୨୦ ହଜାର ଟଙ୍କା ଚୋରି କରି ନେଲେ ଦୁର୍ବୃତ୍ତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନନ୍ତପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଆର୍ମିରେ ଚାକିରି କରୁଥିବା ସୁଶାନ୍ତ କୁମାର ସାହୁଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଏହି ଚୋରି ହୋଇଛି।

ସୁଶାନ୍ତ ନିଜ ପରିବାର ଲୋକଙ୍କୁ ଧରି ପୈତୃକ ଗାଁ କଙ୍କଡାହାଡ଼ ଥାନା ତରାଜଙ୍ଗ ଗାଁକୁ ଦୀପାବଳି ପାଳନ ପାଇଁ ଯାଇଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି କଳାକନା ବୁଲେଇ ଦେଇଛନ୍ତି। ସୁଶାନ୍ତଙ୍କ ପତ୍ନୀ ଅନିତା ସାହୁଙ୍କ ସୁନା ଗହଣା,ଏଟିଏମ କାର୍ଡ ଓ କିଛି ଦରକାରୀ କାଗଜପତ୍ର ଦୁର୍ବୃତ୍ତମାନେ ନେଇ ପଳାଇଛନ୍ତି।

ସକାଳୁ ପଡ଼ୋଶୀମାନେ ଉଠି ଦେଖନ୍ତି ସୁଶାନ୍ତ ଘର ତାଲା ଭାଙ୍ଗି ପଡ଼ିଛି। ଘର ଦୁଆର ଖୋଲା ପଡ଼ିଛି। ତେଣୁ ସେମାନେ ଏ ନେଇ ତୁରନ୍ତ ସୁଶାନ୍ତଙ୍କୁ ଖବର ଦେଇଥିଲେ। ଖବର ପାଇ ସୁଶାନ୍ତ ପହଞ୍ଚି କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ। ଏତଲା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚଳାଇଛି।

Related posts

ପ୍ରଶାସନ ର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

Odisha Halchal

ବାଲକୋନୀକୁ ଆସିଲେ ବାବୁଶାନ, କହିଲେ- ଠିକ୍‌ ସମୟରେ ଠିକ୍‌ କଥା କହିବି

Odisha Halchal

ଖରାପ ପାଗ ଯୋଗୁ ସ୍ଥଗିତ ହେଲା ଅମରନାଥ ଯାତ୍ରା

Odisha Halchal

Leave a Comment