ଅପରାଧଓଡ଼ିଶା ଖବରନ୍ୟୁଜ୍

ମିଲରଙ୍କ ଓ ସମ୍ପାଦକଙ୍କ ମନମାନି

ମିଲରଙ୍କ ଓ ସମ୍ପାଦକଙ୍କ ମନମାନି

କଟକ :-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ)ସରକାର ଚାଷୀମାନଙ୍କ ଠାରୁ ଧାର୍ଯ୍ୟମୂଳରେ ସେବାସମବାୟସମିତି ମାଧ୍ୟମରେ ଧାନ କ୍ରୟ କରୁଥିବାବେଳେ ମିଲରଙ୍କ ଓ ସମ୍ପାଦକଙ୍କ ମନମାନି ପାଇଁ ଚାଷୀଙ୍କୁ କ୍ଷ୍ୟତି ସହିବାକୁ ପଢୁଛି। ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ମାହାଙ୍ଗା ବ୍ଳକରେ ମାହାଙ୍ଗା ସେବା ସମବାୟସମିତିରୁ।ମାହାଙ୍ଗା ସେବାସମବାୟ ସମିତିରେ ଧାନମଣ୍ଡିରେ ଚାଷୀ ଧାନଦେବାପାଇଁ ଶୁଭାରମ୍ଭ ହୋଇଥିବାବେଳେ ମିଲର ଓ ସମ୍ପାଦକଙ୍କ ମନମାନି ପାଇଁ ଚାଷୀ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ମାହାଙ୍ଗା ସମବାୟସମିତିରରେ ଚାଷୀ ଧାନଦେବାପାଇଁ ପଞ୍ଜିକରଣ କରିଥିଲେ।

ଚାଷୀମାନେ ଧାନମଣ୍ଡିକୁ ଟୋକାନ ଧରି ଆସିଥିବାବେଳେ ମିଲର କ୍ୟୁଣ୍ଟାଲ ପ୍ରତି3କେଜି ଓ ଝୋଟଅଖାରେ ଧାନନେବା ପାଇଁ ଚାଷୀମାନଙ୍କୁ ସୂଚନା ଦେଇଥିବାବେଳେ ଚାଷୀ ଏହାକୁ ବିରୋଧ କରିଛନ୍ତି।ସରକାରଙ୍କ ମିଲରମାନଙ୍କ ପାଇଁ ନିୟମକାନୁନ କରିଛନ୍ତି ସତ ହେଲେ ମିଲର ମନୁନାହାନ୍ତି ସରକାରଙ୍କ ନିୟମକାନୁନକୁ। ଫୁକରି ଉଡାଇ ଦେଉଛନ୍ତି ନିୟମସବୁକୁ।ଚାଷୀ ଧାନ ଦେବାବେଳେ ମିଲର କ୍ୟୁଣ୍ଟାଲପ୍ରତି 3କେଜି ଓ ଝୋଟ ଅଖାରେ ଧାନ ନେବାକୁ ମିଲର ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରିବା ପାଇଁ ମନମାନି କରୁଛି। ଝୋଟଅଖାର ମୁଲ୍ୟ ମିଲର ଦେବାପାଇଁ ନିୟମ ଥିବାବେଳେ ମିଲର କିନ୍ତୁ ଝୋଟଅଖା ବାବଦ ଟଙ୍କା ନଦେବାର ଚାଷୀ ଅଭିଯୋଗ ଆଣିଛନ୍ତି।

ସମ୍ପାଦକ ମନମାନିପାଇଁ ଚାଷୀ ସହୁଛନ୍ତି କ୍ଷ୍ୟତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁନିୟମକୁ ଫୁ କରିଦେଇଛନ୍ତି ସମ୍ପାଦକ। ଏପଟେ ଚାଷୀ ମଣ୍ଡିରେ ଧାନଦେବାବେଳେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସହ୍ୟକରାଯିବ ନାହିଁ ବୋଲି ପୂର୍ବତନ ମନ୍ତ୍ରୀ ତଥା ସ୍ତାନୀୟ ବିଧାୟକ ପ୍ରତାପଜେନା ସୂଚନା ଦେଇଥିବା ନେଇ ସଭାପତି କହିଛନ୍ତି।ସେହି ମଣ୍ଡିରେ କିଭଳି ମାନମାନି ଦେଖାଦେଇଛି ସମ୍ପାଦକ ଓ ମିଲରଙ୍କ ତାହା ତାଙ୍କ ପ୍ରତିକ୍ରିୟାରୁ ଜାଣିପାରୁଥିବେ। ମଣ୍ଡିରେ ଚାଷୀ ଅଧିକରୁଅଧିକ ଧାନ କିପରି ଦେଇପାରିବେ ସେନେଇ ଜିଲ୍ଲାପାଳ ଧ୍ୟାନ ଦିଅନ୍ତୁ ଏଥିସହ ମଣ୍ଡିରେ ସରକାର କଟନୀଛଟନୀ ବନ୍ଦକରିବାସହ ଅଖାଟଙ୍କା ଦେବାପାଇଁ ଦାବିକରିଛନ୍ତି ଚାଷୀ।

Related posts

ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଲେଜର ଲାଇଟ ସୋ

Odisha Halchal

ଜେଲ ଫେରିଲେ ଅର୍ଚ୍ଚନା, ପ୍ରତିକ୍ରିୟା ଦେବା ବେଳେ ଭିଡ଼ି ନେଲା ପୁଲିସ୍‌

Odisha Halchal

ଦିଲ୍ଲୀ ବିଧାନସଭାରେ ବେତନ ସଂଶୋଧନ ବିଧେୟକ ପାରିତ, ୬୬% ବଢିବ ବିଧାୟକଙ୍କ ଦରମା

Odisha Halchal

Leave a Comment