ଓଡ଼ିଶା ଖବରନ୍ୟୁଜ୍

ଦେବୀ ମା ମଝିଘରିଆଣି ମା ଙ୍କ ହୁଣ୍ଡିରେ ପୁଳା ପୁଳା ଟଙ୍କା, ସୁନା

ଦେବୀ ମା ମଝିଘରିଆଣି ମା ଙ୍କ ହୁଣ୍ଡିରେ ପୁଳା ପୁଳା ଟଙ୍କା, ସୁନା

ରାୟଗଡା:-(ରିପୋର୍ଟ- ପ୍ରସାଦ ସାହୁକାର )ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମା ଙ୍କ ହୁଣ୍ଡି କଡା ସୁରକ୍ଷା ମଧ୍ୟରେ ଚାରି ମାସ ପରେ ଖୋଲଗଲା । ହୁଣ୍ଡି ରୁ ପୁଳା ପୁଳା ଟଙ୍କା ସହ ବାହାରିଲା ସୁନା ,ଅଳଙ୍କାର ଓ ବିଦେଶୀ ନୋଟ ,ଆଠ ଗୋଟି ହୁଣ୍ଡି ର ଟଙ୍କା ଗଣତି ଚାଲିଛି ।

ଏହି ଗଣତି ରେ ଭେଙ୍କେଟେସ୍ବର କଲ୍ୟାଣ ମଣ୍ଡପ ର ସଭ୍ୟ ସହ ଜେମେସ ଟୁଟିଆରଲ ର ସଭ୍ୟ ମାନେ ନିୟୋଜିତ ହୋଇଛନ୍ତି , ହୁଣ୍ଡି ରୁ ଟଙ୍କା ,ସୁନା,ଅଳଙ୍କାର ସହ ଵିଦେଶୀ ନୋଟ ମଧ୍ୟ ବହାରିଛି । ଏହି ଗଣତି ପ୍ରାୟ ରାତ୍ର ଆଠ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଗତ ଅଗଷ୍ଟ ମାସ ରେ ହୁଣ୍ଡି ଖୋଲାଯାଇଥିଲା।

ଏହି ସମୟରେ ପ୍ରାୟ ଏକ କୋଟି 23 ଲକ୍ଷ ଟଙ୍କା ସହ 104 ଗ୍ରାମ ସୁନା ,ଓ 2 କେଜି ରୁପା ବାହାରିଥିଲା । ଓଡ଼ିଶା , ତଥା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ର ଭକ୍ତ ମାନେ ଦାନ ଆକାରରେ ଏହି ଟଙ୍କା ,ସୁନା କୁ ହୁଣ୍ଡି ରେ ପକାଇଥାନ୍ତି । ଓ ଏହି ଟଙ୍କା ବିଭିନ୍ନ ଉର୍ଣ୍ଣାୟନ ମୂଳକ କାର୍ଯ୍ୟରେ ଲାଗିଥାଏ ।

Related posts

ତିନି ଛୁଆଙ୍କୁ ଛାଡ଼ି ଚାଲିଗଲା ମାଆ

Odisha Halchal

ଗଞ୍ଜେଇ ଚୋରା ଚାଲାଣରେ ବି ଜେ ପି ନେତା ଗିରଫ

Odisha Halchal

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କଳାପତାକା

Odisha Halchal

Leave a Comment