ଅପରାଧଓଡ଼ିଶା ଖବରନ୍ୟୁଜ୍

ହରଡ଼ ଘଣାରେ ନକଲି ମେଡ଼ିସିନ ମାଫିଆ

ହରଡ଼ ଘଣାରେ ନକଲି ମେଡ଼ିସିନ ମାଫିଆ

ବରଗଡ:-(ରିପୋର୍ଟ:- ଚେତୁରାମ ପ୍ରଧାନୀ)ସ୍ଥାନୀୟ ସହରରେ ରହିଛି ଅଶୋକ ମେଡିକାଲ ହାଲ. କୌଣସି ସୂତ୍ରରୁ ଖବର ପାଇଁ ଓଡିଶା ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ନିର୍ଦେଶରେ ଜିଲ୍ଳାରେ ନକଲି ଔଷଧ କାରବାର ହେଉଥିବା ନଜର ଆସିଥିଲା. ତାଙ୍କ ନିର୍ଦେଶ ଅନୁସାରେ ଡ୍ରଗ କଣ୍ଟ୍ରୋଲ ଓଡିଶା ଡ୍ରଗ ଇନସପେକ୍ଟର ସୁନିତା ନାଗକୁ ଅଶୋକ ମେଡିକାଲ ହଲକୁ ଚେକ କରିବା ପାଇଁ ନିର୍ଦେଶ ଦେଇଥିଲେ. ସେ ମେଡ଼ିସିନକୁ ସଂଗ୍ରହ କରି ଫରସେନିକକୁ ପଠାଇଥିଲେ. ସେଠାରେ ଔଷଧ ନକଲି ଥିବା ପ୍ରମାଣ ହୋଇଥିଲା.

ଏହାପରେ ବରଗଡ ଟାଉନ ଥାନା ଅଧିକାରିଣୀ ଅର୍ଚ୍ଚନା ଛୋଟରାୟ ତଦନ୍ତ କରି ଔଷଧ ମାଫିଆ ସୁନୀଲ କୁମାର ଅଗ୍ରୱାଲକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି. ରାଜ୍ୟ ଓ କେନ୍ଦ୍ର ସରକାର ଜନ ସାଧାରଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଅନେକ ଔଷଧ ଯୋଗାଉଥିବାର ଡିମଡିମ ବଜାଉଛନ୍ତି କିନ୍ତୁ ରାଜ୍ୟରେ ନକଲି ଔଷଧ, ନକଲି ମଦ, ନକଲି ସାର, ନକଲି ଘିଅ, ଗୁଟଖା ଦିନକୁ ଦିନ ବାହାରିବା ଦୁର୍ନୀତିର ଅନ୍ୟ ଦିଗକୁ ଇସାରା ଦେଉଛି.

ତେଣୁକରି ଓକିଲ ଲିପ୍ସିତ ମିଶ୍ରଙ୍କ କହିବାନୁସାରେ ଏହା କୌଣସି ଉଚ୍ଚ ପଦସ୍ଥ ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ହେଉଛି ଓ ତାଙ୍କୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ଦରକାର ବୋଲି ଆଦେଶ ଦେଇଛନ୍ତି. ଏହା ହୋଇ ପାରିଲେ ସମସ୍ତଙ୍କ ସ୍ୱାସ୍ଥ୍ୟ ପ୍ରତି କଲ୍ୟାଣ ହେବ ଓ ଜୀବନ ସୁଖମୟ ହେବ ବୋଲି ଆଶା କରାଯାଉଛି.

Related posts

ପାଞ୍ଚ ଦିନ ଧରି ଅନେକ ଖୋଜାଖୋଜି ପରେ ମିଳିଲା ମୃତ ଦେହ

Odisha Halchal

ମାଳି ପର୍ବତ ଖଣି ଖନନକୁ ନେଇ ସାମ୍ବାଦିକ ସମ୍ମିଳନୀ

Odisha Halchal

ଗ୍ଲାମରସ୍‌ ୱାର୍ଲ୍ଡରେ ଏଣ୍ଟ୍ରି କରୁ କରୁ ବଦଳି ଗଲା ଷ୍ଟାରକିଡ୍‌ଙ୍କ ଲୁକ୍‌

Odisha Halchal

Leave a Comment