ଓଡ଼ିଶା ଖବରନ୍ୟୁଜ୍

ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ୍

ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ୍

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ନମ୍ବର ଜାତୀୟ ରାଜପଥର ଭେଜିଆ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡ଼ିବାରୁ ୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗୁରୁତର ଯାତ୍ରୀମାନଙ୍କୁ ତାଳଚେର ମଣ୍ଡାପାଳ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଯାତ୍ରୀବାହୀ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ରାଉରକେଲାରୁ ଯାଜପୁର ଅଭିମୁଖେ ଯାଉଥିଲା। ରାତି ପ୍ରାୟ ସାଢ଼େ ଦୁଇଟା ସମୟରେ ବସ୍‌ଟି ୧୪୯ନମ୍ବର ଜାତୀୟ ରାଜପଥର ଭେଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଥିଲେ।

ପୁଲିସ ପହଞ୍ଚି ସେମାନଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ପରେ ଯାତ୍ରୀମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ତାଳଚେର ମଣ୍ଡାପାଳ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏହାସହ ଅନ୍ୟଯାତ୍ରୀମାନେ କିପରି ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ପୁଲିସ ତାର ବ୍ୟବସ୍ଥା କରୁଛି।

Related posts

ଆହୁରି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ

Odisha Halchal

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ବଳି ପଡୁଛନ୍ତି ଭାରତୀୟ,ଆଉ ଜଣେ ଛାତ୍ରଙ୍କୁ ଗୁଳିମାଡ

Odisha Halchal

ବ୍ରହ୍ମଲୀନ ସାଧୁ ଅରବିନ୍ଦ ଦାସ ବାବା ଙ୍କ ମହାନିର୍ବାଣ ମହୋତ୍ସବ

Odisha Halchal

Leave a Comment