ଅପରାଧଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ରାଜଧାନୀକୁ ଉଡାଇବାକୁ ଷଡଯନ୍ତ୍ର! ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ରାଜଧାନୀକୁ ଉଡାଇବାକୁ ଷଡଯନ୍ତ୍ର! ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଦେଶରେ ରାଜଧାନୀ ଦିଲ୍ଲୀକୁ ଉଡାଇବାକୁ ହୋଇଥିବା ଷଡଯନ୍ତ୍ର ବିଫଳ। ଧରାପଡିଲେ ୪ ଖଲିସ୍ଥାନୀ ଆତଙ୍କବାଦୀ। ପଞ୍ଜାବ ହରିୟାଣା କର୍ଣ୍ଣାଲରୁ ଏମାନଙ୍କୁ ଗିରଫ କରାଯାଇଛି। ଏହି ଆତଙ୍କବାଦୀମାନେ ପଞ୍ଜାବରୁ ଦିଲ୍ଲୀ ଆସୁଥିଲେ। ଏମାନଙ୍କ ଠାରୁ ବିପୁଳ ମାତ୍ରାରେ ଗୁଳିଗୋଳା ଜବତ ହୋଇଛି। କେବଳ ସେତିକି ନୁହେଁ ବାରୁଦ ଭର୍ତ୍ତି ଏକ କଣ୍ଟେନର ମଧ୍ୟ ଜବତ ହୋଇଛି।

ବର୍ତ୍ତମାନ କର୍ଣ୍ଣାଲ ପୁଲିସର ଏକ ଟିମ୍ ମାମଲାର ତଦନ୍ତର କରୁଛି। ପୁଲିସର କହିବା ଅନୁଯାୟୀ, ଏହି ଆତଙ୍କବାଦୀମାନେ ଅନେକ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ ଘଟାଇବା ପାଇଁ ଷଡଯନ୍ତ୍ର ଚରିଥିଲେ। ଏହି ୪ ଜଣ ପଞ୍ଜାବର ଆତଙ୍କବାଦୀ ସଙ୍ଗଠନ ବବ୍ବର ଖାଲସା ଇଣ୍ଟରନ୍ୟାସନାଲ ସହ ଜଡିତ। ଗିରଫ ସମସ୍ତ ସନ୍ଦଗ୍ଧଙ୍କ ବୟସ ୨୦ରୁ ୨୫ ବର୍ଷ ବୟସ ମଧ୍ୟରେ ହେବ। ଏମାନଙ୍କୁ ଧରିବା ପାଇଁ ଇଣ୍ଟେଲିଜେନ୍ସ ବ୍ୟୁରୋ ପଞ୍ଜାବ ପୁଲିସ ଏବଂ ହରିୟାଣା ପୁଲିସ ମିଳିତ ଭାବେ ଅପରେସନ୍‌ ଚଳାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଗୁଇନ୍ଦା ବିଭାଗର ସୂଚନା ପରେ କର୍ଣ୍ଣାଲର ବସତାଡା ଟୋଲରୁ ପୁଲିସ ଟିମ୍‌ ଏକ ଇନୋଭା ଗାଡି ଅଟକାଇଥିଲା। ଏହାପରେ କାର୍‌ ଭିତରେ ଥିବା ଚାରି ଜଣଙ୍କୁ ଅଟକ ରଖିଥିଲା। ବର୍ତ୍ତମାନ ଏହି କାର୍ ମାଧୁବନ୍ ପୋଲିସ୍ ଷ୍ଟେସନରେ ଅଛି। ସେଠାରେ ଏକ ବୋମା ନିଷ୍କ୍ରିୟକାରୀ ଦଳ ଉପସ୍ଥିତ ଅଛନ୍ତି। ଖବର ପାଇ ବରିଷ୍ଠ ଅଧିକାରୀମାନେ ମଧ୍ୟ ସେଠାରେ ପହଞ୍ଚୁଛନ୍ତି। ପୁଲିସର ସୂଚନାନୁସାରେ, ଏହି ୪ ଜଣ ସନ୍ଧିଗ୍ଧ ଆତଙ୍କବାଦୀଙ୍କ ଠାରୁ ଜବତ ହୋଇଥିବା ବାରୁଦ RDX ହୋଇପାରେ।

Related posts

ସ୍କୁଲରେ ଶିକ୍ଷକ ଆସୁନଥିବା ରୁ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଠପଢ଼ା ବନ୍ଧ ଶିକ୍ଷକ ମାନଙ୍କ ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧକାର

Odisha Halchal

ଜିଲ୍ଲା ସ୍ତରୀୟ କ୍ଷୁଦ୍ର ଶସ୍ୟ କ୍ରୟ କମିଟିର ବୈଠକ

Odisha Halchal

ନା ସ୍ୱାମୀ ଘରର ନା ବାପା ଘରର ହେଇପାରିଲା

Odisha Halchal

Leave a Comment