ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ବ‌ଙ୍ଗୋମୁଣ୍ଡାରେ ୧୪୪ ଧାରା

ବ‌ଙ୍ଗୋମୁଣ୍ଡାରେ ୧୪୪ ଧାରା

କଣ୍ଟାବାଞ୍ଜି(ବ୍ୟୁରୋ ଓଡ଼ିଶା ହାଲଚାଲ):-  ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ: ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ, ଫ୍ଲାଗମାର୍ଚ୍ଚ କଲା ପୁଲିସ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ାକୁ କେନ୍ଦ୍ର କରି ବଲାଙ୍ଗୀର ଜିଲ୍ଲା ବ‌ଙ୍ଗୋମୁଣ୍ଡାରେ ପ୍ରଶାସନ ୧୪୪ ଧାରା ଜାରି କରିଛି।

ହେବାକୁ ଥିବା ପାଟଖଣ୍ଡା ଯାତ୍ରା ପାଇଁ ବଙ୍ଗୋମୁଣ୍ଡା ସହରରେ ଆସନ୍ତାକାଲି (ଅକ୍ଟୋବର ୨୬) ମଧ୍ୟରାତ୍ରି ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି। ଟିଟିଲାଗଡ଼ ଉପଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ଆଜି ଫ୍ଲାଗମାର୍ଚ୍ଚ କରିଛି।ବଙ୍ଗୋମୁଣ୍ଡା ଗାଁରେ ଉତ୍ତେଜନା ଥିବାରୁ ସବୁ ଛକ ଓ ଗଳି କନ୍ଦିରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ମୁରିବାହାଲ, ତୁରେକେଲା, ବଙ୍ଗୋମୁଣ୍ଡା, ସିନ୍ଧେକେଲା ଥାନାର କର୍ମଚାରୀ, କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ, ଅତିରିକ୍ତ ଏସପି ସୁରେଶ ନାଏକ ପ୍ରମୁଖ ଉପସ୍ଥିତ ରହିଛନ୍ତି।

Related posts

ରାଜଧାନୀ ରାସ୍ତାରେ ପଡ଼ିଛି ନରକଙ୍କାଳ

Odisha Halchal

ସ୍ତ୍ରୀର ଖୁସି ପାଇଁ ପ୍ରତିଦିନ ଚୋରି

Odisha Halchal

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ମନୋନୀତଶିଶୁ କଳାକାରଙ୍କ ଅକାଳ ମୃତ୍ୟୁ

Odisha Halchal

Leave a Comment