ଅପରାଧଓଡ଼ିଶା ଖବରନ୍ୟୁଜ୍

ଡକାୟତ କରୁଥିବା ବେଳେ ଗ୍ରାମବାସୀ ମାନେ ଚୋର କୁ କାବୁ କରି ନିସ୍ତୁକ ମାଡ଼

ଡକାୟତ କରୁଥିବା ବେଳେ ଗ୍ରାମବାସୀ ମାନେ ଚୋର କୁ କାବୁ କରି ନିସ୍ତୁକ ମାଡ଼

କଟକ :-(ରିପୋର୍ଟ -ତୁଷାର ଜ୍ୟୋତି ନାୟକ) ମାହାଙ୍ଗା ଥାନା ଅନ୍ତର୍ଗତ କୁମୁଡ଼ା ଜୟପୁର ଫାଣ୍ଡି ଅଧୀନ କଲ୍ୟାଣପୁର ଗ୍ରାମରେ ଡକାୟତ କରୁଥିବା ବେଳେ ଗ୍ରାମବାସୀ ମାନେ ଚୋର କୁ କାବୁ କରି ନିସ୍ତୁକ ମାଡ଼ ମାରିବା ସହ ମାହାଙ୍ଗା ପୋଲିସ କୁ ହସ୍ତାନ୍ତର କରିଥିଲେ।

ବିଳମ୍ବିତ ରାତିରେ ୪ ଜଣ ଡକାୟତ ଫକିର ଚରଣ ମହାନ୍ତି ଙ୍କ ଘରେ ଗ୍ରିଲ ତାଡି ଡକାୟତି କରୁଥିବା ସମୟରେ ଗ୍ରାମବାସୀ ମାନେ ଖବର ପାଇ ଘରକୁ ଘେରାଉ କରିବା ସହ ଜଣେ ଚୋରକୁ ଧରିବାକୁ ସକ୍ଷମ ହୋଇଥିଲେ।ଧରିଥିବା ଚୋର ଜଣକ ଛାତ ଉପରୁ ଡେଇଁ ଖସିବାକୁ ଉଦ୍ୟମ କରୁଥିବା ବେଳେ ଜୟପୁର ଫାଣ୍ଡି ର ଜୀମା ଦେଇଥିଲେ,ଅନ୍ୟ ୩ ଜଣ ଚୋର ଚତୁରତାର ସହ ଘଟଣାସ୍ଥଳରୁ ଖସି ଯାଇଥିଲେ।

ଧରା ପଡ଼ିଥିବା ଚୋର ଜଣକ ସାଲେପୁର ଥାନା ରାଇସୁଙ୍ଗୁଡ଼ା ର ମଢ଼ଙ୍ଗା ଗ୍ରାମର ଲିପୁନ୍ ସିଂ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଖସି ଯାଇଥିବା ଅନ୍ୟ ୩ ଜଣ ଡକାୟତ କୁ ପୋଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

Related posts

ମହାନଦୀରେ ୩ ନାବାଳକ ବୁଡ଼ିଯିବା ଘଟଣା; ମିଳିଲା ତୃତୀୟ ମୃତଦେହ

Odisha Halchal

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଡିଆରଜି ଯବାନ ଆହତ

Odisha Halchal

ବଜ୍ରରାଜନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

Odisha Halchal

Leave a Comment