ଓଡ଼ିଶା ଖବରନ୍ୟୁଜ୍

ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର ଙ୍କ ବିଶାଳ ଗଣ ଧାରଣା

ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର ଙ୍କ ବିଶାଳ ଗଣ ଧାରଣା

ନୂଆପଡ଼ା :-(ରିପୋର୍ଟ:-ଚେତୁରାମ ପ୍ରଧାନୀ)ଖଡ଼ିଆଳ ବ୍ଲକ ଲୋଅର ଇନ୍ଦ୍ର ଜଳ ପ୍ରକଳ୍ପ କାଯ୍ୟାଳୟ ଥରେ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର ଦାବୀ ନେଇ ପ୍ରତିନିଧିମାନେ ବିଶାଳ ଗଣ ଧାରଣା ଦେଇଛନ୍ତି।10 ଦଫା ସମ୍ବଳିତ ଦାବିପତ୍ର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।

ଏହି ଉପଲକ୍ଷେ ଖଡ଼ିଆଳ ସ୍ଥିତ ଆମ୍ବେଦକର ଛକ ଠାରୁ ଏକ ବିଶାଳ ରେଲି ଖଡ଼ିଆଳ ନଗର ପରିକ୍ରମା କରିଥିଲେ।ତିଖାଲି ନିମ୍ନ ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ କାର୍ଯ୍ୟାଳୟ ଘେରାଓ କରିଥିଲେ।ଆସନ୍ତା ତିନି ଦିନଯାଏ ଧାରଣାରେ ବସିବେ ।

ଦାବିରେ ଶୁଣାଣୀ ନ1ହୁଏ ତେବେ ଆମରଣ ଅନଶନ ବସିବେ।ସମସ୍ତ ବିସ୍ଥାପିତ ଙ୍କ ଗୋଟିଏ କଟପ୍ପ ତାରିଖ ଘୋଷଣା, କ୍ଷତିଗ୍ରସ୍ତ ପରିବାରଙ୍କୁ ବିସ୍ଥାପିତମାନ୍ୟତା,90%ପ୍ରତିଶତ ବ୍ୟକ୍ତିଙ୍କୁ ଥଇଥାନ ରାଶି ପ୍ରଦାନ କରିଥିବା ବେଳେ10% ବ୍ୟକ୍ତିଙ୍କୁ ମଧ୍ୟ ଥଇଥାନ ରାଶି ପ୍ରଦାନ ଧାରା 18/କ ଆଦେଶକୁ ମାନି ବିସ୍ଥାପିତ ପ୍ରଦାନ, କଟପ୍ପ ତାରିଖ ପୂର୍ବରୁ 18 ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିବା ଭଳି 10 ଦଫା ଦାବି ଉପସ୍ଥାପନ କରିଛନ୍ତି।ଆସନ୍ତା ଦିନରେ ଆମରଣ ଅନଶନରେ ବସିବା ପାଇଁ ନିଷ୍ପତି ନେଇଥିବା ଚେତାବନୀ ଦେଇଛନ୍ତି ।

Related posts

ବଳ ଗୋଟାଇ ଫେରୁଛି କରୋନା, ଆଲର୍ଟ ଜାରି କଲା ଭାରତ

Odisha Halchal

ବେଆଇନ୍‌ ବାଲି ଚାଲାଣ ବେଳେ ତହସିଲଦାରଙ୍କ ଚଢ଼ାଉ

Odisha Halchal

ପବିତ୍ର ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ

Odisha Halchal

Leave a Comment