ଓଡ଼ିଶା ଖବରନ୍ୟୁଜ୍

ଗ୍ରାମ ପଞ୍ଚାୟତରେ ପ୍ରତି ହିତାଧିକାରୀଙ୍କୁ ପଞ୍ଚାଇଲେ ପେନସନ

ଗ୍ରାମ ପଞ୍ଚାୟତରେ ପ୍ରତି ହିତାଧିକାରୀଙ୍କୁ ପଞ୍ଚାଇଲେ ପେନସନ

କୋରାପୁଟ:- (ରିପୋର୍ଟ-ଦଶରଥ ମାଛ )ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ କୁନ୍ଦୁଲି ଗ୍ରାମ ପଞ୍ଚାୟତର ସମସ୍ତ ହିତାଧିକାରୀଙ୍କ ନିକଟରେ ସରପଞ୍ଚ ରିତା ନାୟକ ପେନସନ ଭତ୍ତା ପହଞ୍ଚାଇଛନ୍ତି। ତେଣୁ ତାଙ୍କୁ ଲୋକେ ଉତ୍ସାହିତ ଜଣାଇଛନ୍ତି।କୁନ୍ଦୁଲି ଗ୍ରାମ ପଞ୍ଚାୟତର କୁନ୍ଦୁଲି, ମଝି କୁନ୍ଦୁଲି, ଛେଦ କୁନ୍ଦୁଲି,ଖଜୁରି ଗୁଡ଼ା,ପରଜା ସିରିମୁଣ୍ଡା,କନ୍ଦ ସିରି ମୁଣ୍ଡା, ଲେଞ୍ଜିଗୁଡ଼ା, ସୁଣ୍ଡି ପୁଙ୍ଗାର, ମାଳି ପୁଙ୍ଗାର, କନ୍ଦ ପୁଙ୍ଗାର, ତେନ୍ତୁଳି ଗୁଡ଼ା, ଆଦି ଗ୍ରାମ ରହିଛି ।

ଉକ୍ତ ଗ୍ରାମ ଗୁଡ଼ିକରେ ବହୁତ ସଂଖ୍ୟା ବୃଦ୍ଧ,ବୃଦ୍ଧା, ବିଧବାମାନେ ପେନସନ ନିମନ୍ତେ କୁନ୍ଦୁଲି ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟକୁ ଖରା,ବର୍ଷା,ଶୀତ କାକରରେ ଚାଲି ଚାଲି ପଞ୍ଚୁଥିଲେ। ଏହି କଷ୍ଟ ସହି କରି ନପାରି ହିତାଧିକାରୀଙ୍କ ସୁବିଧା ପାଇଁ ନବ ନିର୍ବାଚିତ ସରପଞ୍ଚ ,କାର୍ଯ୍ୟ ନିବାହୀ ଅଧିକାରୀ ସମରା ଖରାଙ୍କ ସହ ଗ୍ରାମ ସଭାରେ ଆଲୋଚନା କରି ଭତ୍ତା ଟଙ୍କା ହିତାଧିକାରୀଙ୍କ ସହ ନିକଟରେ ପଞ୍ଚାଇବା ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିଲେ।

ଆଜି ସରପଞ୍ଚ ରିତା ନାୟକ ଅଧ୍ୟକ୍ଷତାରେ ସମାଜସେବୀ ତଥା ବିଜେଡ଼ି କାର୍ଯ୍ୟ କାରୀ ସଭାପତି ଅର୍ଜୁନ ନାୟକ ଓ କାର୍ଯ୍ୟନିବାହୀ ଅଧିକାରୀ ସମରା ଖରା ମିଳିତ ଭାବେ ଗ୍ରାମରେ ପହଞ୍ଚି ପେନସନ ବଣ୍ଟନ କରିଥିଲେ। ପାଞ୍ଚ ମାସ ହେଲା ପେନସନ ପାଇନଥିବା ହିତାଧିକାରୀଙ୍କୁ ପେନସନ ପ୍ରଦାନ କରିଥିବା ଜଣାପଡ଼ିଛି। ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ ପରେ ଉକ୍ତ ପଦକ୍ଷେପ ଦେଖି ପ୍ରତ୍ୟେକ ଗ୍ରାମବାସୀ ସରପଞ୍ଚ ଶ୍ରୀ ମତୀ ରିତା ନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ରାଜଧାନୀରୁ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ

Odisha Halchal

ଠକେଇ ଅଭିଯୋଗରେ ଫସିଲେ ଅମିଶା

Odisha Halchal

ସ୍ୱାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

Odisha Halchal

Leave a Comment