ଓଡ଼ିଶା ଖବରନ୍ୟୁଜ୍

ଛତ୍ରପୁର ତହସିଲଦାର ଭାବେ ଦିବ୍ୟା ମହାନ୍ତି ଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର ତହସିଲଦାର ଭାବେ ଦିବ୍ୟା ମହାନ୍ତି ଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର  :- ଛତ୍ରପୁର ତହସିଲଦାର ଭାବେ ବୁଧବାର ଦିବ୍ୟା ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ 2018 ବ୍ୟାଚ ର ଓଏଏସ ଅଟନ୍ତି l ସେ ପୂର୍ବରୁ ବାଲେଶ୍ୱର ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଥିଲେ l

ପୂର୍ବରୁ ଛତ୍ରପୁର ତହସିଲଦାର ଭାବେ କାର୍ଯ୍ୟ କରୁଥିବା ପ୍ରକାଶ କୁମାର ମିଶ୍ର ଙ୍କ ନବରଙ୍ଗପୁର ଜିଲ୍ଲାର ଉପଜିଲ୍ଲାପାଳ ଭାବେ ପଦୋନ୍ନତି ହେବା ପରେ ଆଜି ଦିବ୍ୟା ମହାନ୍ତି ଛତ୍ରପୁର ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି l

ସେ ଦାୟିତ୍ୱ ଗ୍ରହଣ କରିବା ପରେ ଛତ୍ରପୁର ତହସିଲ କାର୍ଯ୍ୟାଳୟ ର କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି l ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ସେ ଛତ୍ରପୁର ତହସିଲର ବିଭିନ୍ନ କାର୍ଯ୍ୟ କରିବେ ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି l

Related posts

ସ୍ତ୍ରୀକୁ ଜିଅନ୍ତା ସମାଧି ଦେଇଦେଲା ସ୍ୱାମୀ

Odisha Halchal

ସ୍ୱାମୀଙ୍କୁ ନିଜ ଜୀବନରୁ ଆଉଟ୍‌ କଲେ ରାଖୀ, ହଟାଇଲେ ଟାଟୁ

Odisha Halchal

ଯନ୍ତ୍ରଣାରେ ଛଟପଟ ହେଉଛି ଗୁଳିବିଦ୍ଧ ଦନ୍ତା, ଖାଉନି ଖାଦ୍ୟ

Odisha Halchal

Leave a Comment