ଓଡ଼ିଶା ଖବରନ୍ୟୁଜ୍

ଏବେ ଚାଲିବ କଂସ ମହାରାଜଙ୍କ ରାଜୁତି

ଏବେ ଚାଲିବ କଂସ ମହାରାଜଙ୍କ ରାଜୁତି

ଆରମ୍ଭ ହେଲା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ।ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ସଫଳ କରିବା ପାଇଁ ପ୍ରଶାସନିକ ଓ ବେସରକାରୀ ସ୍ତରରେ ଜୋରଦାର ଭାବେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ଲକ୍ଷ ଲକ୍ଷ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଯାତ୍ରା ସମୟରେ ଦର୍ଶକଙ୍କ ଚଳପ୍ରଚଳରେ ଯେପରି କୌଣସି ଅସୁବିଧା ସୃଷ୍ଟି ନହୁଏ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । ଏଥିସହିତ ଯାତ୍ରା ସମୟରେ ପାନୀୟ ଜଳ, ବିଦ୍ୟୁତ ଯୋଗାଣ ଆଦି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

୧୧ ଦିନ ଧରି ଚାଲିବାକୁ ଥିବା ଏହି ଧନୁଯାତ୍ରାରେ କଂସ ମହାରାଜଙ୍କ ରାଜୁତି ଚାଲିବ । ଆଜି ସନ୍ଧ୍ୟାରେ ୭୫ତମ ଧନୁଯାତ୍ରାର ଉଦଘାଟନ କରାଯାଇଛି । ଏହି ଅବସରରେ କଂସ ମହାରାଜଙ୍କ ସ୍ୱାଗତ ପାଇଁ ସାରା ସହର ଆକର୍ଷଣୀୟ ଢଙ୍ଗରେ ସଜେଇ ହେବା ସହ ଚଳଚଞ୍ଚଳ ହୋଇ ଉଠିଛି ।

ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏହି ଅବସରରେ ବରଗଡ଼ ଦ୍ୱାପର ଯୁଗକୁ ଫେରିଯାଇଛି । ସହରର ବିଭିନ୍ନ ଅଞ୍ଚଳ ପାଲଟି ଯାଇଛି ଦ୍ୱାପର ଯୁଗର ଭୂଇଁ । ବରଗଡ଼ ପାଲଟି ଯାଇଛି ମଥୁରା ନଗରୀ, ଅମ୍ବାପାଲି ପାଲଟି ଯାଇଛି ଗୋପପୁର । ବରଗଡ଼-ଅମ୍ବାପାଲି ମଧ୍ୟ ଦେଇ ଯାଇଥିବା ଜୀରାନଦୀ ପାଲଟି ଯାଇଛି ଯମୁନା ନଦୀ । କୃଷ୍ଣ, ବଳରାମ, ଗୋପୀ, ଗୋପାଳଙ୍କ ବାଲ୍ୟଲୀଳାରେ ଗୋପପୁର ଉତ୍ସବ ମୁଖର ହୋଇ ଉଠିଛି ।

 

Related posts

ଏୟାରଲିଫ୍ଟ ଦ୍ବାରା ଉଦ୍ଧାର ହେଲେ ମତ୍ସ୍ୟଜୀବୀ

Odisha Halchal

ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ପରେ ୨୦ ଲକ୍ଷ ଲୁଟ୍‌

Odisha Halchal

ବିପଦପୂର୍ଣ୍ଣଭାବେ ଗଛ କାଟୁଥିବାବେଳେ ଗଛରୁ ପଡି ଘଟଣା ସ୍ଥଳରେ ହିଁ ମୃତ୍ୟୁ

Odisha Halchal

Leave a Comment