ଓଡ଼ିଶା ଖବରନ୍ୟୁଜ୍

ଶେଷ ଖାଇବା ହେଲା ବିବାହ ଭୋଜି

ଶେଷ ଖାଇବା ହେଲା ବିବାହ ଭୋଜି

ବିଗତ ରାତ୍ର ର ତହସିଲ କାର୍ଯ୍ୟାଳୟର ସୁପରଭାଇଜର୍ ଙ୍କୁ ଅପହରଣ ! ମାମଲା । ବର୍ତ୍ତମାନ ଆସିଛି ସେହି ଚାରିଜଣ ଙ୍କ ମୃତ ଶରୀର ଅନୁସନ୍ଦନ କରିଛି ପୋଲିସ । ଛତିଶଗଡ କାଙ୍କେର ନିକଟରୁ ନିରୂଦ୍ଧିଷ୍ଟ ହୋଇଥିଲା ବୋଲି , କାଙ୍କେର ଥାନାରେ ନିଖୋଜ ମାମଲା ଋଜ୍ଜୁ ହୋଇଥିଲା ।ପତ୍ନୀଙ୍କ ସମେତ ୪ ଜଣ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ ।

ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁପରଭାଇଜର୍ ସପନ ସରକାର ନିଜ ପତ୍ନୀ ଓ ଦୁଇଜଣ ସମ୍ପର୍କୀୟଙ୍କ ସହିତ ବିଗତ ଶନିବାର ରାତିରେ ଵିଵାହ ଭୋଜୀ ଖାଇ ଛତିଶଗଡ଼ ଅଂଚଳର କାଙ୍କେର ରୁ ବାହାରିବା ପରେ ଆଉ ତାଂକର ଖୋଜ୍ ଖବର ମିଳୁ ନାହିଁ ବୋଲି ଗତ କାଲି ସନ୍ଧ୍ୟାରେ ପୁଅ ନବଜିତ୍ କାଙ୍କେର ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଏହା ଉପରେ କାଙ୍କେର ଡି ଏସ୍‌ ପି ଘଟଣାର ତଦନ୍ତ ଚଳାଇଥିଲେ l

ସୂଚନା ଅନୁଯାୟୀ ସ୍ଥାନୀୟ ତହସିଲ କାର୍ଯ୍ୟାଳୟର ସୁପରଭାଇଜର୍ ସପନ ସରକାର ଓ ତାଙ୍କ ପତ୍ନୀ ରୀତା ସରକାର ଓ ଦୁଇଜଣ ସମ୍ପର୍କୀୟଙ୍କ ସହିତ ନିଜ ମାରୂତି କାର ଗାଡ଼ି ନମ୍ବର ଓଡି ୦୪ ସି ୧୭୦୫ ଯୋଗେ ଏକ ବିବାହ ଭୋଜୀ ରେ ଯୋଗ ଦେବାକୁ ଶନିବାର ସନ୍ଧ୍ୟାରେ ଛତିଶଗଡର କାଙ୍କର କୁ ଯାଇଥିଲେ l ସେଠାରେ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ରାତି ପ୍ରାୟ ୯ଟା ସମୟରେ ସେଠାରୁ କଣ୍ଡାଗାଁ ଅଭିମୁଖେ ବାହାରି ଥିଲେ l କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନେ କଣ୍ଡାଗାଁ ନ ପହଞ୍ଚିବାରୁ ସମସ୍ତେ ବ୍ୟତିବ୍ୟସ୍ତ ହୋଇଥିଲେ | ସପନ ସରକାରଙ୍କ ଓ ରୀତା ସରକାରଙ୍କ ଫୋନ ସୁଇଚ୍ଅଫ୍ ରହିଥିବାରୁ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା | ପୁଅ ଆଜି ସକାଳୁ ଉମରକୋଟରୁ ବାହାରି ବାଟସାରା ଅନୁଧ୍ୟାନ କରି କାଙ୍କେର ପହଞ୍ଚି ଥିବା ବେଳେ କଣ୍ଡାଗାଁରୁ ମଧ୍ୟ ସମ୍ପର୍କୀୟ ମାନେ ମଧ୍ୟ କାଙ୍କେର ପର୍ଯ୍ୟନ୍ତ ଖୋଜା ଖୋଜି କରି ବିଫଳ ହେବା ପରେ ପୁଅ ନବଜିତ୍ କାଙ୍କେର ଥାନାରେ ଲିଖିତ ଆକାରରେ ଜଣାଇବା ପରେ ଏକ ନିଖୋଜ ମାମଲା ଋଜ୍ଜୁ ହୋଇଥିଲା |

ସପନ ସରକାରଙ୍କ ମୋବାଇଲ ଟ୍ରାକ କରାଯିବା ପରେ କାଙ୍କେର ଠାରୁ ମାତ୍ର ୪ କିଲୋମିଟର ପରଠାରୁ ସୁଇଚ୍ଅଫ୍ ଦେଖାଉଥିବା କାଙ୍କେର୍ ପୁଲିସ ପ୍ରକାଶ କରିଥିଲା | ଏ ନେଇ କାଙ୍କେର ଡି ଏସ୍‌ ପି ତଦନ୍ତ ଚଳାଇଥିବା ବେଳେ ଘଟଣାର ୨୪ ଘଣ୍ଟା ପରେ ଏକ ପରିତ୍ୟକ୍ତ କୂଅ ଭିତରୁ କାର ଟି ପୋଡିଯାଇଥିବା କୁ ନେଇ ପୋଲିସ ଅନୁସୋନ୍ଦାନ କରି ଉକ୍ତ ଚାରିଜଣ ଙ୍କୁ ଗାଡ଼ି ସହ ଉଦ୍ଧାର କରିଛି । ଏହା କୁ ଦେଖି ପ୍ରାଥମିକ ତଦନ୍ତରୁ ପୋଲିସ ପକ୍ଷରୁ ଜଣାପଡୁଛି କି ଶୀତ ଋତୁ ର କୁହୁଡି ଦ୍ୱାରା କିମ୍ବା ଷ୍ଟେରିଂ ଜାମ ,ଚକା ଫାଟିକି ଦୁର୍ଘଟଣା ଘଟିଥିବ ବୋଲି ଅନୁମାନ କରାଯାଉଛି । ଏହାଉପରେ ପୋଲିସ ଅଧିକ ଅନୁସନ୍ଦନ ଚଳାଇଛି କି ଦୁର୍ଘଟଣା ନା ପରିକଳ୍ପନା ହତ୍ୟାକାଣ୍ଡ । ଆଗକୁ ଏହାର ରହସ୍ୟ ଉନ୍ମୋଚନ ହେବ ବୋଲି ନବରଙ୍ଗପୁର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ।

Related posts

ଦିପାବଳୀରେ ବସ୍‌ରେ ଦୀପ ଜାଳି ଶୋଇପଡ଼ିଥିଲେ ଡ଼୍ରାଇଭର ଓ କଣ୍ଡକ୍ଟର

Odisha Halchal

ବରଗଡ଼ରେ ଡବଲ୍ ମର୍ଡ଼ର, ପାରିବାରିକ କଳହରୁ ବାପା ଓ ପୁଅଙ୍କୁ କଟୁରୀରେ ହାଣିଲେ ୨ ସମ୍ପର୍କୀୟ

Odisha Halchal

ପୁରୀ ପୋଲିସ କବ୍‌ଜାରେ ସାତ ଜଣିଆ ଆନ୍ତଃ ରାଜ୍ୟ ବନ୍ଧୁକ ବେପାରୀ

Odisha Halchal

Leave a Comment