ଅପରାଧଓଡ଼ିଶା ଖବରନ୍ୟୁଜ୍

ପ୍ରେମିକକୁ ମାଡ, ପୁଅକୁ ଖୋଜି ଆଣିବା ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ୍

ପ୍ରେମିକକୁ ମାଡ, ପୁଅକୁ ଖୋଜି ଆଣିବା ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ୍

ମାଲକାନଗିରି_ ତା୦୨/୦୬/୨୦୨୨ (ରିପୋର୍ଟ କ୍ରିଷ୍ଣପଦୋ ରାୟ) କାଲିମେଳା: ପ୍ରେମିକା ଘରେ ପ୍ରେମିକକୁ ନିର୍ଧୁମ ମାଡ। ଘଟଣା ପରେ ମିଳୁନି ପ୍ରେମିକର ଖୋଜ ଖବର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ଏମ୍‌. ଭି- ୭୨ ଗ୍ରାମରେ । ଘଟଣାପରେ ଉତ୍ୟକ୍ତ ଗ୍ରାମବସି ଟାୟାର ଜାଳି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରରେ ପ୍ରେମିକା ଘରେ ପହଞ୍ଚିଥିଲା ପ୍ରେମିକ। ପ୍ରେମିକ ଜଣକ ହେଉଛନ୍ତି ମାନ୍ୟମକୋଣ୍ଡା ପଞ୍ଚାୟତର ଏମ. ଭି-୭୫ ଗ୍ରାମର ତେଜନ ମଣ୍ଡଳଙ୍କ ପୁଅ ଅନାଦି ମଣ୍ଡଳ। ଗତକାଲି ଏମ୍‌. ଭି -୭୨ ଗ୍ରାମର ବିମଲ ଗାଇନଙ୍କ ଘରେ ପହଞ୍ଚିଥିଲେ ଅନାଦି । ପ୍ରେମିକାର ପରିବାର ଲୋକେ ଜାଣିବା ପରେ ଉତ୍ୟକ୍ତ ହୋଇ ଅନାଦି ମଣ୍ଡଳକୁ ପ୍ରବଳ ଛେଚିଥିଲେ। ଏବେସୁଦ୍ଧା ଘଟଣାକୁ ଦୀର୍ଘ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅନାଦି ମଣ୍ଡଳଙ୍କ କୌଣସି ଖବର ମିଳୁନଥିବାର ଅଭିଯୋଗ ହୋଇଛି।ଏନେଇ ଥାନାରେ ଏତଲା ଦେଇଛନ୍ତି ଅନାଦିଙ୍କ ପରିବାର ଲୋକେ।

ଘଟଣା ସ୍ଥଳରେ ଏମ୍‌. ଭି-୭୯ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ଏପଟେ ନ୍ୟାୟ ଦାବିରେ ସ୍ଥାନୀୟ ଲୋକେ ଏବେ ବି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ବସିଛନ୍ତି |

Related posts

ଦିଲ୍ଲୀରେ ବଢ଼ିବ ବିଧାୟକଙ୍କ ଦରମା; ପ୍ରତିମାସ ୫୪,୦୦୦ ସ୍ଥାନରେ ମିଳିବ ୯୦ ହଜାର ଟଙ୍କା

Odisha Halchal

ନେତାଜୀଙ୍କ ଜନ୍ମଦିନ ପାଳନ

Odisha Halchal

ଓଡିଶାରୁ ଛତିଶଗଡରେ ମିଶିବେ ଜାମଲିପଡ଼ା ଗ୍ରାମବାସୀ

Odisha Halchal

Leave a Comment