ଅପରାଧଓଡ଼ିଶା ଖବରନ୍ୟୁଜ୍

କଟକରୁ ଧରାପଡିଥିବା ଆତଙ୍କବାଦୀ ଦୋଷୀ ସାବ୍ୟସ୍ତ

କଟକରୁ ଧରାପଡିଥିବା ଆତଙ୍କବାଦୀ ଦୋଷୀ ସାବ୍ୟସ୍ତ

କଟକ:-ଅବଦୁଲ ରେହମାନ ଦୋଷୀ ସାବ୍ୟସ୍ତ। ଅଲ କାଏଦା ଲିଙ୍କ ରେ ବେଆଇନ କାର୍ଯ୍ୟକଳାପରେ ଶନିବାର ଦିଲ୍ଲୀ ପଟିଆଲା କୋର୍ଟ ରେହମାନ ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କ ସହ ଆଉ ୪ଜଣ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତା ୧୪ରେ ଦଣ୍ଡ ଘୋଷଣା କରିବେ ଦିଲ୍ଲୀ ପଟିଆଲା କୋର୍ଟ।

ଦିଲ୍ଲୀ ପୋଲିସ ଓ କମିଶନରେଟ ପୋଲିସ ରେଡ କରି କଟକ ଜିଲ୍ଲା ଜଗତପୁର ଥାନା ପଶ୍ଚିମକଚ୍ଛ ଗ୍ରାମରୁ ଅଲ୍ କାଏଦା ଆତଙ୍କବାଦୀ ଅବଦୁଲ ରେହମନ୍ ଙ୍କୁ ୧୫/୧୨/୨୦୧୫ ରେ ଦିଲ୍ଲୀ ପୋଲିସ ଦ୍ବାରା କଟକ ଜିଲ୍ଲା ଜଗତପୁର ଥାନା ପଶ୍ଚିମକଚ୍ଛ ଗ୍ରାମରୁ ଗିରଫ କରାଯାଇଥିଲା। ଏହା ପରେ ରେହମନ ଙ୍କୁ ଦିଲ୍ଲୀ ପୋଲିସ ସାଲେପୁର ଜେଏମଏଫସି କୋର୍ଟ ଓ କଟକ ଜିଲ୍ଲା କୋର୍ଟରେ ହାଜର କଲା ପରେ ଦିଲ୍ଲୀ ନେଇଯାଇଥିଲା।

ବିଭିନ୍ନ ପ୍ରକାର ଦେଶ ଦ୍ରୋହ ମାମଲା ଦିଲ୍ଲୀ ପୋଲିସ ଦଫା ୧୭,୧୮,୧୮B, ୨୦ଲଗାଇ ମାନ୍ୟବର କୋର୍ଟଙ୍କୁ ଉପସ୍ଥାପିତ କରାଯାଇଥିଲା । କୋର୍ଟ ନିର୍ଦ୍ଦେଶ ଅନୁସାରେ ୧୮୦ଦିନ ଭିତରେ ୫୭୨ପୃଷ୍ଠା ର ଚାର୍ଜ ସିଟ ଦାଖଲ କରାଯାଇଥିଲା। ସେଇଦିନ ରୁ ଅବଦୁଲ ରେହମାନ ଦିଲ୍ଲୀ ରେ ପଟିଆଲା ହାଉସ କୋର୍ଟ ରେ ବିଚାରାଧୀନ ଥିଲା। ଗତକାଲି ଦିଲ୍ଲୀ ପଟିଆଲା ହାଉସ କୋର୍ଟ ସେଇ କେସ ର ବିଚାର କରି ରେହମାନ୍ ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Related posts

କଂଗ୍ରେସ ପକ୍ଷରୁ ନିର୍ବାଚନୀ ପ୍ରଚାର ଅଭିଯୋଗ

Odisha Halchal

ଦୁର୍ଘଟଣା ସବୁ ଖୁସି ଛଡାଇ ନେଲା

Odisha Halchal

ମୋ ସ୍କୁଲର ଏ କି ବିକଳ ଚିତ୍ର

Odisha Halchal

Leave a Comment