ଓଡ଼ିଶା ଖବରନ୍ୟୁଜ୍

ଗରମତେଲରେ ନିଆଁ ଲାଗି ଅଘଟଣ

ଗରମତେଲରେ ନିଆଁ ଲାଗି ଅଘଟଣ

ରାୟଗଡା:-ଗରମତେଲ ରେ ନିଆଁ ଲାଗି ହୋଟେଲ ମାଲିକ ଙ୍କ ଅପମୃତ୍ୟୁ ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ହନୁମତପୁର ଗ୍ରାମ ରେ  ଏକ ଅଭାବନୀୟ ଘଟଣା ଘଟିଯାଇଛି pwd ରାସ୍ତା କଡରେ ଥିବା ଦୈନିନ୍ଦିନ ଚା ଜଳଖିଆ ହୋଟେଲ କଡେଇରେ ତେଲ ଗରମ କରି ଜଳଖିଆ ଦେବା ସମୟରେ ତେଲରେ ନିଆଁ ଲାଗିଯାଇଥିଲାl

ଯାଦ୍ୱାରା ହୋଟେଲ ମାଲିକ ପ୍ରଭାସ ସାହୂଙ୍କ ଦେହରେ 30ପ୍ରତିଶତ ପୋଡ଼ିଯାଇ ହୋଟେଲରେ ନିଆଁ ଲାଗିଯାଇଥିଲା l ପ୍ରାଣ ବିକଳରେ ରାସ୍ତାକୁ ଆସି ଚିତ୍କାର କରିଥିଲେ l ପାଖରେ ଥିଲେ ସରପଞ୍ଚ ନୀଳମାଇ ଦିବାକା ଓ ଜିଲ୍ଲା ପରିଷଦ ସଭ୍ୟ ସୁଜିତ କୁମାର ବେଡ଼ରେକା l ସାଙ୍ଗେ ସାଙ୍ଗେ ଦମକଳ ବାହିନୀ ଓ 108 ଚଦ୍ରପୁର କୁ ଫୋନ କରିଥିଲେ l ନ ଆସିବାରୁ ଅନ୍ୟ ଗାଡି ବ୍ୟବସ୍ଥା କରି ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲକୁ ନେଇଥିଲେ l

କିନ୍ତୁ ଦୁଃଖ ର ବିଷୟ ରାତ୍ର 12 ଘଣ୍ଟା ସମୟରେ ପ୍ରଭାସ ଦେହ ତ୍ୟାଗ କରିଥିଲେ l ଏହି ଦୁଃଖଦ ଖବର ପାଇଁ ଅଞ୍ଚଳ ବାସି ଦୁଃଖ ପ୍ରକାଶ କରିଛନ୍ତି l ପ୍ରଭାସ ବିବାହିତ 3 ଗୋଟି ଝିଅ ଙ୍କୁ ଛାଡି ଚାଲିଯାଇଥିବାରୁ ସରପଞ୍ଚ ସରକାର ସାହାଯ୍ୟର ହାତ ବଢାଇବା ପାଇଁ ପ୍ରଶାସନ ଆଗରେ ନିବେଦନ କରିଛନ୍ତି l ଏବଂ ହରିଶ୍ଚନ୍ଦ୍ର ଯୋଜନାରୁ 3000 ଟଙ୍କା ପ୍ରଦାନ କରିଛନ୍ତି ।

Related posts

ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ସ୍ପଷ୍ଟ ଜଣାପଡ଼ିବ

Odisha Halchal

ପୁଣି ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଟଳିଲେ ଜଣେ ଆତଙ୍କବାଦୀ

Odisha Halchal

ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ସର୍ଚ୍ଚ ଅପରେସନ ଜାରି

Odisha Halchal

Leave a Comment