ଓଡ଼ିଶା ଖବରନ୍ୟୁଜ୍

ଋଷିୟ ନାଗରିକଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼

ଋଷିୟ ନାଗରିକଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼

ରାୟଗଡ଼ା(ବ୍ୟୁରୋ ଓଡିଶା ହାଲଚାଲ): ରାୟଗଡ଼ାରେ ଋଷିୟ ନାଗରିକଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ମୋଡ଼ ।ଯେଉଁ ହୋଟେଲରେ ମୃତ୍ୟୁ ହୋଇଛି ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ସେହି ହୋଟେଲରେ ଯାଞ୍ଚ କରିଛନ୍ତି । ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ମଧ୍ୟ ଯାଞ୍ଚରେ ସାମିଲ ହୋଇଥିଲେ । ତଦନ୍ତ ଜାରି ରହିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା ।

ସେହିପରି ପୋଷ୍ଟମର୍ଟମ ସମୟର ଭିଡିଓ ରେକର୍ଡିଂ କରାଯାଇଥିଲା । ଭୁବନେଶ୍ୱର କ୍ରାଇମବ୍ରାଞ୍ଚରେ ଅନ୍ୟ ଦୁଇ ଜଣ ଋଷ ନାଗରିକ ହାଜର ହୋଇଛନ୍ତି । ଟୁରିଷ୍ଟ ଗାଇଡ ଜିତେନ୍ଦ୍ର ସିଂ ମଧ୍ୟ କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି । ତେବେ ୠଷ ପର୍ଯ୍ୟଟକ ପାୱେଲ ଆନ୍ଥେମ୍ ମୃତ୍ୟୁ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି ।

ଆତ୍ମହତ୍ୟା କରିଥିବା ସନ୍ଦେହରେ ରାୟଗଡ଼ା ପୋଲିସ ତଦନ୍ତ କରୁଥିôବାବେଳେ ତଦନ୍ତରେ କ୍ରାଇମବ୍ରାଞ୍ଚ ସହଯୋଗ କରିବ ବୋଲି ସୂଚନା ମିଳିଥିଲା ।ତେବେ ୪ ଜଣ ଋଷ ପର୍ଯ୍ୟଟକ ଓଡ଼ିଶାକୁ ଆସିଥିଲେ ଏବଂ ଦୁଇ ଜଣଙ୍କର ହଠାତ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି । ସୂଚନା ଅନୁସାରେ ୨୨ ତାରିଖରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୨୪ ତାରିଖ ଦିନ ତାଙ୍କ ବନ୍ଧୁ ଆତ୍ମହତ୍ୟା କରିଥିଲେ ।

Related posts

ବିପୁଳ ପରିମାଣରେ ମାଓ ବିସ୍ଫୋରକ ସାମଗ୍ରୀ

Odisha Halchal

ନିର୍ଣ୍ଣାୟକ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା

Odisha Halchal

ବଜେଟ୍ ୨୦୨୨-୨୩: ଜାଣନ୍ତୁ କଣ ହେଲା ଶସ୍ତା? କଣ ହେଲା ମହଙ୍ଗା?

Odisha Halchal

Leave a Comment