ଓଡ଼ିଶା ଖବରନ୍ୟୁଜ୍

ଏବେ ଚାଲିବ କଂସ ମହାରାଜଙ୍କ ରାଜୁତି

ଏବେ ଚାଲିବ କଂସ ମହାରାଜଙ୍କ ରାଜୁତି

ଆରମ୍ଭ ହେଲା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ।ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ସଫଳ କରିବା ପାଇଁ ପ୍ରଶାସନିକ ଓ ବେସରକାରୀ ସ୍ତରରେ ଜୋରଦାର ଭାବେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ଲକ୍ଷ ଲକ୍ଷ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଯାତ୍ରା ସମୟରେ ଦର୍ଶକଙ୍କ ଚଳପ୍ରଚଳରେ ଯେପରି କୌଣସି ଅସୁବିଧା ସୃଷ୍ଟି ନହୁଏ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । ଏଥିସହିତ ଯାତ୍ରା ସମୟରେ ପାନୀୟ ଜଳ, ବିଦ୍ୟୁତ ଯୋଗାଣ ଆଦି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

୧୧ ଦିନ ଧରି ଚାଲିବାକୁ ଥିବା ଏହି ଧନୁଯାତ୍ରାରେ କଂସ ମହାରାଜଙ୍କ ରାଜୁତି ଚାଲିବ । ଆଜି ସନ୍ଧ୍ୟାରେ ୭୫ତମ ଧନୁଯାତ୍ରାର ଉଦଘାଟନ କରାଯାଇଛି । ଏହି ଅବସରରେ କଂସ ମହାରାଜଙ୍କ ସ୍ୱାଗତ ପାଇଁ ସାରା ସହର ଆକର୍ଷଣୀୟ ଢଙ୍ଗରେ ସଜେଇ ହେବା ସହ ଚଳଚଞ୍ଚଳ ହୋଇ ଉଠିଛି ।

ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏହି ଅବସରରେ ବରଗଡ଼ ଦ୍ୱାପର ଯୁଗକୁ ଫେରିଯାଇଛି । ସହରର ବିଭିନ୍ନ ଅଞ୍ଚଳ ପାଲଟି ଯାଇଛି ଦ୍ୱାପର ଯୁଗର ଭୂଇଁ । ବରଗଡ଼ ପାଲଟି ଯାଇଛି ମଥୁରା ନଗରୀ, ଅମ୍ବାପାଲି ପାଲଟି ଯାଇଛି ଗୋପପୁର । ବରଗଡ଼-ଅମ୍ବାପାଲି ମଧ୍ୟ ଦେଇ ଯାଇଥିବା ଜୀରାନଦୀ ପାଲଟି ଯାଇଛି ଯମୁନା ନଦୀ । କୃଷ୍ଣ, ବଳରାମ, ଗୋପୀ, ଗୋପାଳଙ୍କ ବାଲ୍ୟଲୀଳାରେ ଗୋପପୁର ଉତ୍ସବ ମୁଖର ହୋଇ ଉଠିଛି ।

 

Related posts

ପାଚେରୀଘାଟ ମହୋତ୍ସବରେ ଢୋଲମୁହୂରୀ କଲାପରିଷଦ ସମ୍ମାନୀତ

Odisha Halchal

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଲା ୬ଟି ବଗି

Odisha Halchal

ସ୍ୱାମୀ ଉପରେ ସ୍ତ୍ରୀ କିରାସିନି ଢାଳି ଲଗାଇଲା ନିଆଁ

Odisha Halchal

Leave a Comment