ଓଡ଼ିଶା ଖବରନ୍ୟୁଜ୍

ସମ୍ପୁର୍ଣ୍ଣ ମଦ ବିକ୍ରିକୁ ବିରୋଧ

ସମ୍ପୁର୍ଣ୍ଣ ମଦ ବିକ୍ରିକୁ ବିରୋଧ

ସୁନ୍ଦରଗଡ :-(ରିପୋର୍ଟ :-ସୂରଜ ପ୍ରତାପ ମହାନ୍ତି)ବଣାଇଁ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ନରେନ୍ଦ୍ର ପଞ୍ଚାୟତର ଅଧିନସ୍ଥ ନରେନ୍ଦ୍ର ବିସିପାଲି ଗ୍ରାମରେ ମଦ ବିକ୍ରି ବନ୍ଦ କରିବା ନେଇ ବଣାଇ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଏସେଜି ଗ୍ରୁପର ମହିଳାମାନେ ଏକ ଲିଖିତ ଅଭାଯୋଗ କରିବା ସହିତ ବଣାଇ ଅବକାରୀ ବିଭାଗ ଅଫିସରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି।

ଉକ୍ତ ଗ୍ରାମରେ ଗତ କିଛି ଦିନ ହେବ ମହିଳା ମାନେ ଏକତ୍ରିତ ହୋଇ ମଦ ବିରୋଧ ଆରମ୍ଭ ହୋଇଥିଲା ଯେ ଗ୍ରାମରେ କେତେ ଜଣ ମଦ ବିକ୍ରି କରୁଥିବାରୁ ଏହାକୁ କେମିତି ବନ୍ଦ କରିବା ସେ ବିଷୟରେ ୭ ଗୋଟି ଏସେଜି ଗ୍ରୁପର ମହିଳାମାନେ ଉପସ୍ଥିତ ରହି ଏକ ସଭା ହୋଇଥିଲା। ତେବେ ଏହି ସଭାରେ ଆଲୋଚନା ହୋଇଥିଲା ଯେ ଗ୍ରାମର ଯୁବକ ପିଲା କଣ ବୁଡା ମଦ ପିଇ ମାତାଲ ହୋଇ ଧନଜୀବନ ନଷ୍ଟ ହେଉଛି। ତେବେ ଗ୍ରାମରେ ଯିଏ ଗାଁରେ ମଦ ବିକ୍ରି କରିବ ତାକୁ ଏକ ହଜାର ଟଙ୍କା ଜରିମାନା ଦେବାକୁ ହେବା ସହ ତା ବିଷୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା ।

ତେବେ ଗତକାଲି ରାତିରେ ଗ୍ରାମର ଦୁଇ ଜଣ ମଦ ବିକ୍ରି କରୁଥିବା ବେଳେ ଖବର ପାଇ ଗ୍ରାମର ମହିଳା ମାନେ ସେଠାରେ ପହଞ୍ଚି ମଦ ବିକ୍ରି କରୁଥିବାରୁ ତାଙ୍କ ମାନଙ୍କୁ ଧରି ତାଗିଦ୍ କରିଥିଲେ । ଗ୍ରାମର ମହିଳାମାନଙ୍କ କହିବା ଅନୁଯାୟୀ ଆମ ଗାଁରେ ମଦ ବିକ୍ରି କରିବାକୁ ଦେବୁନାହିଁ ମଦ ଯିଏ ବିକ୍ରୀ କରୁଛି ତାକୁଂ ଧରି ଜେଲ୍ ରେ ଭର୍ତ୍ତି କରାଯାଉ ବୋଲି ବଣାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି।

Related posts

ପଛୁଆବର୍ଗର ସାମାଜିକ ସ୍ଥିତି ପ୍ରଶିକ୍ଷଣ

Odisha Halchal

ଜ୍ୱର୍ଣ୍ଣାଲିଷ୍ଟ ଆସୋସିଏସନ ନୂଆପଡା ର ନିଆରା ପ୍ରୟାସ

Odisha Halchal

କପିଳାସ କାଇମାଟିରେ ଦୁର୍ଘଟଣା: ପୋଲ ତଳକୁ ଖସିଲା ବାଇକ, ଦୁଇ ମୃତ

Odisha Halchal

Leave a Comment