ଓଡ଼ିଶା ଖବରନ୍ୟୁଜ୍

ଅନଲାଇନ ଗେମ୍ ହେଲା କାଳ

ଅନଲାଇନ ଗେମ୍ ହେଲା କାଳ

ମୋବାଇଲରେ ଅନଲାଇନ ଗେମ ଖେଳିବା ହେଲା କାଳ । ଅନଲାଇନରେ ଗେଳ ଖେଳି ଯୁବକ ଜଣକ ୧୦ ହଜାର ଟଙ୍କା ହରାଇଲେ । ଟଙ୍କା ହାରିବା ପରେ ଆତ୍ମହତ୍ୟା କରି ଜୀବନ ହାରିଲେ ଯୁବକ ଜଣକ ।ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁର ଗାଁରେ । ତେବେ ମୃତ ଯୁବକ ଜଣକ ହେଉଛନ୍ତି ଆଶିଷ କୁମାର ଦାସ ।

ସୂଚନା ଅନୁସାରେ , ଆଶିଷ ଅନଲାଇନରେ ଗେମ୍ ଖେଳିବା ବେଳେ ୧୦ ହଜାର ଟଙ୍କା ହାରିଯିବାରୁ ସେ ଭାଙ୍ଗିପଡିଥିଲେ । ଫରେ ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ।ସେପଟେ ପରିବାର ଲୋକଙ୍କ କହିବା ଅନୁସାରେ, ଆଶିଷ ଘର କବାଟ ଭିତର ପଟୁ ବନ୍ଦ କରିଦେଇଥିଲେ ।

ପରେ ପରିବାର ଲୋକେ ଝରକା ପଟୁ ଦେଖିଲା ବେଳକୁ ସେ ଫ୍ୟାନରେ ଝୁଲୁଥିଲେ ।ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି ।

Related posts

ହାତୀ ଘଉଡାଇବାରେ ବନ ବିଭାଗ ବିଫଳ

Odisha Halchal

ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳ

Odisha Halchal

ବ୍ଲକ ଘେରାଉ ଓ କାର୍ଯ୍ୟାାଳୟ ଭଙ୍ଗା ରୁଜା

Odisha Halchal

Leave a Comment