ଓଡ଼ିଶା ଖବରନ୍ୟୁଜ୍

ଅନଲାଇନ ଗେମ୍ ହେଲା କାଳ

ଅନଲାଇନ ଗେମ୍ ହେଲା କାଳ

ମୋବାଇଲରେ ଅନଲାଇନ ଗେମ ଖେଳିବା ହେଲା କାଳ । ଅନଲାଇନରେ ଗେଳ ଖେଳି ଯୁବକ ଜଣକ ୧୦ ହଜାର ଟଙ୍କା ହରାଇଲେ । ଟଙ୍କା ହାରିବା ପରେ ଆତ୍ମହତ୍ୟା କରି ଜୀବନ ହାରିଲେ ଯୁବକ ଜଣକ ।ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁର ଗାଁରେ । ତେବେ ମୃତ ଯୁବକ ଜଣକ ହେଉଛନ୍ତି ଆଶିଷ କୁମାର ଦାସ ।

ସୂଚନା ଅନୁସାରେ , ଆଶିଷ ଅନଲାଇନରେ ଗେମ୍ ଖେଳିବା ବେଳେ ୧୦ ହଜାର ଟଙ୍କା ହାରିଯିବାରୁ ସେ ଭାଙ୍ଗିପଡିଥିଲେ । ଫରେ ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ।ସେପଟେ ପରିବାର ଲୋକଙ୍କ କହିବା ଅନୁସାରେ, ଆଶିଷ ଘର କବାଟ ଭିତର ପଟୁ ବନ୍ଦ କରିଦେଇଥିଲେ ।

ପରେ ପରିବାର ଲୋକେ ଝରକା ପଟୁ ଦେଖିଲା ବେଳକୁ ସେ ଫ୍ୟାନରେ ଝୁଲୁଥିଲେ ।ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି ।

Related posts

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କୁ ହତ୍ୟା !

Odisha Halchal

ମର୍ମାଦୁନ୍ତ ସଡ଼କ ଦୁର୍ଘଟଣା ବାଇକ୍ ଆରୋହୀଙ୍କ ଗଲା ଜୀବନ

Odisha Halchal

ହାତୀଙ୍କ ପାଇଁ ଗାଁ ହେଲା ମଣିଷ ଶୂନ୍ୟ !

Odisha Halchal

Leave a Comment