ଓଡ଼ିଶା ଖବରଖେଳନ୍ୟୁଜ୍

ମାଁ ମାହେଶ୍ବରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ମାଁ ମାହେଶ୍ବରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ସୁବର୍ଣ୍ଣପୁର :-(ରିପୋର୍ଟ:- ମଣ୍ଟୁମନ୍ତ୍ରା) ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହଥା ପଞ୍ଚାୟତ ବରଘାଟ ଖେଳ ପଡିଆରେ ଚାଲିଥିବା ମାଁ ମାହେଶ୍ବରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଜାପିତ ହୋଇଯାଇଛି ।

ଏହି ଟୁର୍ଣ୍ଣାମେଣ୍ଟ ରେ ବରଘାଟ, ଚୁପକାଦାଦର, ଅଡାଲ, ସଂଗ୍ରାମପୁର, ବଡକିରାସିରା, ନୁଆଁଗଡ,ବହଲପଦର ଓ କମିରା ଦଳ ଅଂଶଗ୍ରହଣ କରିଥିଲେ ।ଫାଇନାଲ ଖେଳ ବରଘାଟ ଓ କମିରା ମଧ୍ୟରେ ହୋଇଥିଲା ।ବରଘାଟ ପ୍ରଥମେ ଟସ୍ ଜିଣି ବ୍ୟାଟିଂ ଆରମ୍ଭ କରିଥିଲେ ।

ବରଘାଟ ନିର୍ଧାରିତ ଓଭରରେ ଦୁଇ ଓ୍ବିକେଟ ବିନିମୟ ରେ ୫୭ ରନ ସଂଗ୍ରହ କରିଥିଲେ ।ଜବାବରେ କମିରା ଦଳ ନିର୍ଧାରିତ ଓଭର ମଧ୍ୟରେ ପାଞ୍ଚ ଓ୍ବିକେଟ ହରାଇ ୪୩ ରନ କରି ପରାଜିତ ହୋଇଥିଲା ।ଚମ୍ପିୟାନ ବରଘାଟ ଦଳକୁ ଟ୍ରଫି ସହ ନଗଦ ୨୫୦୦ ଟଙ୍କା ଓ ରନସ୍ ଅପ୍ କମିରା ଦଳକୁ ଟ୍ରଫିସହ ୧୫୦୦ ଟଙ୍କା ପୁରସ୍କୃତ କରାଯାଇଥିଲା ।

ଫାଇନାଲ ମ୍ୟାଚ ରେ ଅଶ୍ବିନୀ ପଧାନ ଓ ଦିନବନ୍ଧୁ ପଧାନ ଖେଳ ପରିଚାଳନା,ଲିକୁନ ପଧାନ ସ୍କୋରର୍ ଓ ଶ୍ୟାମସୁନ୍ଦର ପଧାନ ଧାରା ବିବରଣୀ ପ୍ରଦାନ କରିଥିଲେ ।ସିଭମ୍,ଆୟୁଷ, ରାଜା,ମଟର, ମୋତିଲାଲ ଓ ସୁମନ୍ତ ଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ ।

Related posts

ଶୋଇଥିଲେ ସ୍ୱାମୀ ଓ ସ୍ତ୍ରୀ, ଘରେ ନିଆଁ ଲଗାଇଲା ଜ୍ୱାଇଁ

Odisha Halchal

ନାବାଳିକା ଶାଳୀ ସହିତ ପୂର୍ବତନ ସରପଞ୍ଚ ଶାରୀରିକ ସମ୍ପର୍କ

Odisha Halchal

ସ୍ୱାମୀ ଙ୍କ ଘର ଆଗରେ ମହିଳାଙ୍କ ଧାରଣା

Odisha Halchal

Leave a Comment