୧୨ ବର୍ଷ ପରେ ଦୁଷ୍କର୍ମ ମାମଲାରେ ଆସିଲା ରାୟ । ଅଭିଯୁକ୍ତକୁ ୧୦ବର୍ଷ ଜେଲ୍ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଶୁଣାଇଲେ ଧର୍ମଗଡ ଏଡିଜେ ।
କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କର୍ମେଲ ଗାଁର ଜଣେ ଯୁବତୀ ବିଲକୁ ପନିପରିବା ପାଇଁ ଯାଇଥିବା ସମୟରେ ସେହି ଗାଁର ବୈଷ୍ଣବ ମାଝୀ ତାଙ୍କୁ ଦୁଷ୍କର୍ମ କରିଥିଲେ l ଯାହାକୁ ନେଇ ଯୁବତୀଙ୍କ ପରିବାର ଲୋକେ ଜୟପାଟଣା ଥାନାରେ ଏତଲା ଦେଇଥିଲେ ।
ସେହି ଘଟଣାରେ ସୋମବାର ଏଡିଜେ ଧର୍ମଗଡ ସମସ୍ତ ସାକ୍ଷୀ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ବୈଷ୍ଣବ ମାଝୀକୁ ୧୦ ବର୍ଷ ଜେଲ୍ ସହିତ ୧୦ ହଜାର ଟଙ୍କା ଜରିମାନା ରାୟ ଦେଇଛନ୍ତି l