ଅପରାଧଓଡ଼ିଶା ଖବରନ୍ୟୁଜ୍

ଡିଲର କର୍ମଚାରୀଙ୍କ ଦୁର୍ବ୍ୟବହାର

ଡିଲର କର୍ମଚାରୀଙ୍କ ଦୁର୍ବ୍ୟବହାର

କଟକ :- (ରିପୋର୍ଟ-ତୁଷାର ଜ୍ୟୋତି ନାୟକ )ମାହାଙ୍ଗା ବ୍ଲକ ଗୋକନ ପଞ୍ଚାୟତରେ ଡିଲର ରାସନ ଚାଉଳ ନଦେଇ ଦୁର୍ବ୍ୟବହାର କରିବାରୁ ଥାନାରେ ଅଭିଯୋଗ ଆଣିଲେ ମହିଳା ୱାର୍ଡ ମେମ୍ବର। ଗୋକନ ପଞ୍ଚାୟତର VLWଙ୍କ ନାଁରେ ରାସନ ସାମଗ୍ରୀ ଉଠାଇ ଉପଭୋକ୍ତାଙ୍କୁ ବାଣ୍ଟୁଥିବା ବେଳେ ପଞ୍ଚାୟତର ଆଠ ନମ୍ବର ୱାର୍ଡର ଉପଭୋକ୍ତାଙ୍କୁ ଚାଉଳ ନଦେଇ ଫେରାଇ ଦେବାପରେ ଗ୍ରାମବାସୀମାନେ ୱାର୍ଡ ମେମ୍ବରଙ୍କୁ ଧରି ଡିଲର ପଏଣ୍ଟ ରେ ପହଞ୍ଚିଥିଲେ।

ୱାର୍ଡ ମେମ୍ବର ଚାଉଳ କାହିଁକି ଦିଆଯିବ ନାହିଁ ବୋଲି ପଚାରିବାରୁ ଚାଉଳ ବାଣ୍ଟୁଥିବା ଯୁବକ ହଠାତ ରାଗିଯାଇ ତମକୁ ଚାଉଳ ଦିଆଯିବ ନାହିଁ ତମେ କଣ କରିବା କଥା କର ବୋଲି ଏଭଳି ଧମକ ଦେଇଥିଲେ। ୱାର୍ଡ ମେମ୍ବର ସହିତ ଗ୍ରାମବାସୀମାନେ ଡିଲର ପଏଣ୍ଟରେ ଧାରଣାରେ ବସିବାକୁ କହିବାରୁ ଚାଉଳ ବଞ୍ଚୁଥିବା ଉକ୍ତ ଯୁବକ ଆହୁରି ରାଗିଯାଇ ମହିଳା ୱାର୍ଡ ସଭ୍ୟଙ୍କୁ ଦୁର୍ବ୍ୟବହାର କରିବା ସହ ପେଲାଠେଲା କରିବାର ଥାନାରେ ଲିଖିତ ଏତଲା କରିଛନ୍ତି ମହିଳା।

ଗୋକନ୍ ପଞ୍ଚାୟତରେ ଦୀର୍ଘଦିନ ଧରି ରାସନ ସାମଗ୍ରୀ VLW ଙ୍କ ନାଁରେ ଉଠୁଥିବାବେଳେ ସମ୍ପୃକ୍ତ ଯୁବକ ସତ୍ୟରଞ୍ଜନ ବେହେରା ସରକାରୀ ରାସନ ସାମଗ୍ରୀ କିପରି ନିଜ ଘରେ ରଖୁଛନ୍ତି ଏହାକୁ ନେଇ ଉଠିଛି ପ୍ରଶ୍ନ।

Related posts

ମାଟ୍ରିକ୍ ପରୀକ୍ଷାରେ ସଫଳ ହେଲେ ଚାଷୀ ପରିବାରର ଝିଅ

Odisha Halchal

ଶିକାରୀ ନିଜେ ହୋଇଗଲା ଶିକାର

Odisha Halchal

ରଙ୍ଗିଲା ତହସିଲଦାର: ପରକୀୟା ପ୍ରିତୀର ଅଭିଯୋଗ ଆଣିଲେ ସ୍ତ୍ରୀ

Odisha Halchal

Leave a Comment