ଅପରାଧଦେଶ ବିଦେଶନ୍ୟୁଜ୍

ସୁରକ୍ଷାବାହିନୀର ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ

ସୁରକ୍ଷାବାହିନୀର ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ

ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି । ୪ ଜଣ ଆତଙ୍କାବାଦୀ ନିପାତ ହୋଇଛନ୍ତି । ଏନକାଉଣ୍ଟର ଜାରି ରହିଛି । ପୁଲୱାମା, ହନ୍ଦୱାଡା ଓ ଗାନ୍ଦରବାଲରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ପୁଲୱାମାରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ହନ୍ଦୱାଡା ଓ ଗାନ୍ଦରବାଲରେ ଜଣେ ଲେଖାଏଁ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଶୁକ୍ରବାର ବିଳମ୍ବିତ ରାତିରେ ସୁରକ୍ଷାବାହିନୀର ଯବାନ ଓ ଆତଙ୍କବାଦୀମାନେ ପୁଲୱାମା ଜିଲ୍ଲାରେ ମୁହାଁମୁହିଁ ହୋଇଥିଲେ । ଏହାରି ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଥିଲା । ପୁଲୱାମାର ଚେୱାକଳା ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା । ବିଶ୍ୱସ୍ତ ସୂତ୍ରରୁ ସେନାକୁ ସୂଚନା ମିଳିଥିଲା ଯେ, ଚେୱାକଳାରେ ଆତଙ୍କବାଦୀମାନେ ଚଳପ୍ରଚଳ କରୁଛନ୍ତି । ଏହା ପରେ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲା ।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀମାନେ ଜଣେ ସରପଞ୍ଚଙ୍କୁ ଗୁଳି କରିଥିଲେ । ଅଣ୍ଡୁରା ଅଞ୍ଚଳରେ ରାତି ପ୍ରାୟ ୮ଟା ୫୦ରେ ଆତଙ୍କବାଦୀମାନେ ଶବୀର ମହମଦଙ୍କୁ ଗୁଳି କରି ହତ୍ୟା କରିଥିଲେ । ଗୁରୁତର ହେବା ପରେ ସରପଞ୍ଚଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Related posts

ଝୁଲନ୍ତା ଅବସ୍ଥାରେ ମୃତ ଦେହ

Odisha Halchal

ଜଗତସିଂହପୁରରେ ଦୁଇଟି ବୁଥ୍‌ରୁ ଭୋଟ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ

Odisha Halchal

ବାଲକୋନୀକୁ ଆସିଲେ ବାବୁଶାନ, କହିଲେ- ଠିକ୍‌ ସମୟରେ ଠିକ୍‌ କଥା କହିବି

Odisha Halchal

Leave a Comment