ଓଡ଼ିଶା ଖବରନ୍ୟୁଜ୍

କଂଗ୍ରେସ ପକ୍ଷରୁ ନିର୍ବାଚନୀ ପ୍ରଚାର ଅଭିଯୋଗ

କଂଗ୍ରେସର ନିର୍ବାଚନୀ ପ୍ରଚାର ଅଭିଯୋଗ

ମାଲକାନଗିରି:-(ରିପୋର୍ଟ:- କ୍ରିଷ୍ଣପଦ ରାୟ)ମାଲକାନଗିରି ଜିଲ୍ଲାରେ ପାନୀୟ ଜଳର ଘୋର ଅଭାବ ସାଂଗକ ବିଷୁଦ୍ଧ ପାନୀୟ ଜଳ ମିଳୁନଥିବାରୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମାଲକାନଗିରି ଜିଲ୍ଲା ପାଇଁ ୬୩୯.୨୭ କୋଟି ଟଂକାର ୪ଟି ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ କରିଛନ୍ତି।ଏନେଇ ଆଜି ମାଲକାନଗିରି ବିଜେଡି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହାର ସୂଚନା ଦେଇଥିଲେ।

ଏହି ବୃହତ୍ତ ପ୍ରକଳ୍ପ ନିର୍ମାଣ ହେଲେ ଜିଲ୍ଲାର ୪ଟି ବ୍ଲକ ଅଧିନରେ ଥିବା ୬୧ଟି ଗ୍ରାମପଞ୍ଚାୟତର ୪୫୩ଟି ଗ୍ରାମରେ ବସବାସ କରୁଥିବା ୩,୧୩,୬୨୦ ଜଣ ଲୋକେ ଉପକୃତ ହୋଇପାରିବେ।ସେଥିମଧ୍ୟରୁ ଖଇରପୁଟ ବ୍ଲକର ୯ଟି ଗ୍ରାମ ପଞ୍ଚାୟତର ୮୭ଟି ଗ୍ରାମର ୪୫,୯୭୫ ଜଣ ଗ୍ରାମବାସୀ,ମାଲକାନଗିରି ବ୍ଲକ ଅଧୀନରେ ଥିବା ୧୫ଟି ଗ୍ରାମ ପଞ୍ଚାୟତର ୧୦୬ଟି ଗ୍ରାମର ୭୬,୯୬୮ ଜଣ ଗ୍ରାମବାସୀ,ମାଥିଲି ବ୍ଲକ ଅଧିନରେ ଥିବା ୨୦ଟି ପଞ୍ଚାୟତର ୧୪୧ଟି ଗ୍ରାମର ୯୬,୦୨୪ ଜଣ ଗ୍ରାମବାସୀ ଉପକୃତ ହେବେ ବୋଲି କୁହାଯାଇଛି।ଏହି ୪ଟି ପ୍ରକଳ୍ପକୁ ୨୪ ମାସ ମଧ୍ୟରେ ସମାପ୍ତ କରିବାକୁ କୁହାଯାଇଛି ବୋଲି ଆଜି ବିଜେଡି ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଥିଲା।

ଅନ୍ୟଦିଗରେ କଂଗ୍ରେସର ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ଏହି ଘୋଷଣାକୁ ସ୍ବାଗତ କରିଥିବା ବେଳେ ଏଥିରେ ନିର୍ବାଚନୀ ବାସ୍ନା ବାରି ହେଉଥିବା କହିଥିଲେ।ଗତ ୨୦୨୦ରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲା ପାଇଁ ତିନୋଟି ପ୍ରକଳ୍ପ କରାଯିବା ନେଇ ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ସମାପ୍ତ ହୋଇପାରିଲା ନାହିଁ।ଏବେ ପୁଣି ନିର୍ବାଚନକୁ ଆଖିଆଗରେ ରଖି ଏଭଳି ଘୋଷଣା କରାଯାଉଥିବା କହିଥିଲେ।ତେବେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଜିଲ୍ଲା ସଭାପତି ତଥା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ,ପୂର୍ବତନ ବିଧାୟକ ମାନସ ମାଡକାମୀ,ସାଧାରଣ ସଂପାଦକ ଗୋପାଳ ପଣ୍ଡା,ବରିଷ୍ଠ ନେତା ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Related posts

ତିନି ମହାନଗର ନିଗମର ମେୟର ପଦ ସଂରକ୍ଷଣ ନେଇ ଆସିଲା ଚୂଡାନ୍ତ ତାଲିକା

Odisha Halchal

ଗଣ୍ଡା ସମାଜ ବିକାଶ ପରିଷଦ ପୁନର୍ଗଠିତ

Odisha Halchal

ରାଜ୍ୟରେ ଆହୁରି ବଢୁଛି ତାତି, ୧୪ ରୁ ୪୦ ଡିଗ୍ରୀ ଛୁଇଁବ ପାରଦ

Odisha Halchal

Leave a Comment