ଓଡ଼ିଶା ଖବରନ୍ୟୁଜ୍

ସ୍ୱାମୀ ଙ୍କ ଘର ଆଗରେ ମହିଳାଙ୍କ ଧାରଣା

ସ୍ୱାମୀ ଙ୍କ ଘର ଆଗରେ ମହିଳାଙ୍କ ଧାରଣା

ଗଞ୍ଜାମ :-ବୁଗୁଡା ଥାନା ଅଧିନସ୍ତ କରସିଙ୍ଗି‐‐ଚୈତନ୍ୟପ୍ରଶାଦ ରେ ସ୍ୱାମିଘର ଆଗରେ ମହିଳାଙ୍କ ଧାରଣା । ମହିଳାଙ୍କ କହିବାଅନୁଯାଇ ଗାଙ୍ଗପୁର ଥାନା ଅଧିନସ୍ତ ବିଞ୍ଛଣାଗ୍ରାମର ସୁଧିର ନାୟକ ତାଙ୍କ ପଡୋଶୀ ଘରର ରସ୍ମିତା ଜେନାଙ୍କୁ 2017ମସିହାରେ ପୁରି ଶ୍ରୀମନ୍ଦିରରେ ବିବାହ କରିଥିଲେ ।

ମହିଳାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ମହିଳାଙ୍କ ସହିତ ସାରିରିକ ସମ୍ପର୍କ ରଖିବାକୁ ବାଧ୍ୟକରିଥିଲେ । ଦୁଇବର୍ଷ ର ବ୍ୟବଧାନ ପରେ କୌଣସି ଘଟଣାକୁ ନେଇ ଦୁଇଜଣଙ୍କ ମଧ୍ୟରେ ମନମାଳିନ ଘଟିଥିଲା ଏହାକୁ ନେଇ ରସ୍ମିତା ଗାଙ୍ଗପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଏପରିକି ଥାନା ପୋଲିସ୍ ସୁଧୀରଙ୍କୁ ଗିରଫ କରି ଥିଲା କୋର୍ଟ ରୁ ବେଲ୍ ରେ ଆସି ସୁଧିର ନିଜ ସମ୍ପର୍କିୟଙ୍କ ଘରେ ଲୁଚିରହି ଆଜି ବିବାହ ହେଉଥିବା ସୂଚନାପାଇବା ପରେ ରସ୍ମିତା ତାଙ୍କ ସ୍ୱାମିଙ୍କ ଘର ବାରଣ୍ତା ରେ ସକାଳ 12:00PM ଠାରୁ ଧାରଣା ଦେଇଛନ୍ତି । ଏବଂ ନ୍ଯାୟ ଭିକ୍ଷା ଦାବିରେ ମହିଳା ଙ୍କ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି କହିଛନ୍ତି ।

Related posts

ତିନି ଲକ୍ଷ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ହାତରେ

Odisha Halchal

ମାନସ ସ୍ୱାଇଁ ହତ୍ୟା ମାମଲା : ଘଟଣାରେ ଆଉ ଜଣେ ମହିଳାଙ୍କ ସଂପୃକ୍ତି

Odisha Halchal

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ହେବ ମିଛ ଧରା ପରୀକ୍ଷା, ଧରାପଡିବ ଠକେଇ ଗୁମର

Odisha Halchal

Leave a Comment