ଓଡ଼ିଶା ଖବରନ୍ୟୁଜ୍

ବଲାଙ୍ଗୀର ଖୋର୍ଦ୍ଧା ରେଳପଥ ନିର୍ମାଣ ପାଇଁ ଆନ୍ଦୋଳନ

ବଲାଙ୍ଗୀର ଖୋର୍ଦ୍ଧା ରେଳପଥ ନିର୍ମାଣ ପାଇଁ ଆନ୍ଦୋଳନ

ବୌଦ୍ଧ:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର )ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ତ ଆଗକୁ ବଢ଼ୁନାହି ହେଲେ ବିବାଦ ଆଗକୁ ଆଗକୁ ବଢ଼ିବାରେ ଲାଗିଲାଣି । ବୌଦ୍ଧ ଜିଲ୍ଲା ସହିତ ସୋନପୁର ଏବଂ ବଲାଙ୍ଗିର ଜିଲ୍ଲା ଏବେ ଏହି ପ୍ରକଳ୍ପ କୁ ତ୍ୱରାନ୍ୱିତ କରିବା ଦିଗରେ ଆରମ୍ଭ କରିଛନ୍ତି ମିଳିତ ଆନ୍ଦୋଲନ । ଏନେଇ ଆଜି ବୌଦ୍ଧ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ବିକ୍ଷଭ ପ୍ରଦର୍ଶନ କରିଛି ମିଳିତ ସଂଘର୍ଷ ସମିତି ।

ତେବେ ୧୯୯୫ ମସିହା ଠାରୁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ରେ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।

ସେପଟେ ଜଙ୍ଗଲ ଜମି ହେଉ କିମ୍ବା ବଜେଟ ଆସିବାରେ ବିଳମ୍ବ ହେଉ ସବୁଠି ବଲାଙ୍ଗୀର ଖୋର୍ଦ୍ଧା ରେଳ ଲାଇନ ପ୍ରକଳ୍ପ କୁ ନେଇ ବୈମାତୃକ ମନୋଭାବ ଦେଖାଯାଉଥିବା ଅଭିଯୋଗ କରି ଏବେ ଏକତ୍ର ଭାବରେ ବୌଦ୍ଧ, ସୋନପୁର ଓ ବଲାଙ୍ଗୀର ଜିଲ୍ଲା ଆନ୍ଦୋଳନ କରିବା ନେଇ ବିଗତ ଦିନରେ ବୈଠକ ହୋଇଥିଲା ତେବେ ଆଜି ଏହି ଆନ୍ଦୋଳନ କୁ ଆରମ୍ଭ କରିଛି ମିଳିତ ସମିତି । ତେବେ ତିନି ଜିଲ୍ଲା ମିଳିତ ଭାବରେ ଏ ପ୍ରକଳ୍ପ କାର୍ଯ୍ୟ ପୂରଣ ନହେବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି କହିବା ସହ ଏଥିରେ ସମଗ୍ର ଜିଲ୍ଲା ବିଭିନ ସଂଗଠନ ଙ୍କ ସମେତ ବିଜେପି ଓ କଂଗ୍ରେସ ମଧ୍ୟ ସମର୍ଥନ ଦେଇଛି ।

Related posts

ମହିଳା ଙ୍କ ମୃତ୍ୟୁ ଉତ୍ୟକ୍ତ ଗ୍ରାମବାସୀ ଙ୍କ ପକ୍ଷରୁ ରାସ୍ତା ଅବରୋଧ

Odisha Halchal

ଜିଲ୍ଲାରେ ପ୍ରତିଭାବାନ ହକି ଖେଳାଳୀ ଚିହ୍ନଟ କାର୍ଯ୍ୟକ୍ରମ

Odisha Halchal

କଳଚୁରୀ କଳାର ସେନା ର ଯୁବ ସମ୍ମିଳନୀ

Odisha Halchal

Leave a Comment