ନିଜର ଲକ୍ଷ୍ୟ ପୁରଣ କରିବା ପାଇଁ ସମସ୍ତେ ଚେଷ୍ଟା ଜାରୀ ରଖିଥାନ୍ତି । ତେବେ ଏହି ପରି କିଛି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରରେ ଲାଗିଛି ।
ଯେଉଁଥିରେ ଦେଖିବାକୁ ମିଳୁଛି ଗୋଟିଏ ୨୦ ବର୍ଷର ଯୁବକ ରାତି ୧୨ଟାରେ ଏକା ଏକା ଦୌଡ଼ି ଘରକୁ ଯାଉଛି । ଯୁବକଙ୍କ ନାଁ ହେଉଛି ପ୍ରଦୀପ ମେହରା ।
ସାହାଯ୍ୟ ପାଇଁ ମଧ୍ୟ ମନା କରିଦେଉଛନ୍ତି । କିନ୍ତୁ ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେନାରେ(ଆର୍ମି ଫୋର୍ସ) କାର୍ଯ୍ୟ କରିବା ପାଇଁ ଏହି କଠିନ ପରିଶ୍ରମ ଓ ଅଭ୍ୟାସ ପ୍ରତିଦିନ ପ୍ରଦୀପ କରନ୍ତି ।
ଗୋଟିଏ ପଟେ ଚାକିରୀ ଓ ଅନ୍ୟ ପଟେ ରୋଗିଣା ମା’ଙ୍କ ପାଖରୁ ସମୟ ବାହାର କରି ରାତିରେ ଅଫିସ୍ ପରେ ଘରକୁ ପ୍ରତିଦିନ ଏପରି ୧୦ କିମି ଦୌଡ଼ି ଦୌଡ଼ି ଯୁବକ ଜଣଙ୍କ ଘରକୁ ଯାଆନ୍ତି ।
ପ୍ରଦୀପ ବର୍ତ୍ତମାନ ତାଙ୍କ ବଡ଼ ଭାଇଙ୍କ ସହ ରହୁଥିବା ବେଳେ ନୋଏଡ଼ାର ସେକ୍ଟେର -୧୬ର ଏମସିଡ଼ୋନାଲଡ଼୍ରେ କାର୍ଯ୍ୟ କରନ୍ତି । ଏହି ଭିଡ଼ିଓ ଉତ୍ତରାଖଣ୍ଡ ମୂଲର ପିଲ୍ମ ନିର୍ମାତା ବିନୋଦ୍ କାପାଡ଼ି ତାଙ୍କର ଟ୍ୱିଟର ରେ ପୋଷ୍ଠ କରିଛନ୍ତି ଏବଂ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି ।