ଅପରାଧଓଡ଼ିଶା ଖବରନ୍ୟୁଜ୍

ସ୍ୱାମୀ ଉପରେ ସ୍ତ୍ରୀ କିରାସିନି ଢାଳି ଲଗାଇଲା ନିଆଁ

ସ୍ୱାମୀ ଉପରେ ସ୍ତ୍ରୀ କିରାସିନି ଢାଳି ଲଗାଇଲା ନିଆଁ

କଟକ:-(ଜି :ପ୍ର )ସ୍ୱାମୀସ୍ତ୍ରୀ ମଧ୍ୟରେ ପାରିବାରିକ ଝଗଡା।ସ୍ୱାମୀ ଉପରେ ସ୍ତ୍ରୀ କିରାସିନି ଢାଳି ନିଆଲଗାଇ ଦେବା ନେଇ ପରିବାରଲୋକେ କଲେ ଅଭିଯୋଗ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକଜିଲ୍ଲା ସାଲେପୁରବ୍ଳକ ପାଗାଫାଣ୍ଡି ଅଧିନ ବହାଦୁଲାପାଟଣା ଗାଁରେ। ସ୍ତ୍ରୀ ପ୍ରିୟଙ୍କା ଦାସ ସ୍ୱାମୀ ତ୍ରିଜୟ ଦାସ ଉପରେ କିରାସିନି ଢାଳି ନିଆଁଲଗାଇ ଦେଇଥିଲା।

ନିଆଁଲାଗିଗଲା ପରେ ତ୍ରିଜୟଙ୍କ ପରିବାର ଲୋକେ ଓ ପାଖପଡୋଶୀ ଚିତ୍କାରଶୁଣି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ତ୍ରିଜୟକୁ ଉଦ୍ଧାରକରି ପ୍ରଥମେ ସାଲେପୁର ମେଡିକାଲକୁ ଓ ପରେ ଅବସ୍ଥା ସଂକଣ୍ଟାପର୍ଣ୍ଣ ହେବାରୁ କଟକବଡ଼ ମେଡିକାଲକୁ ଚିକିତ୍ସାପାଇଁ ପଠାଇ ଦିଆଯାଇଛି। ସେଠାରେ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ତ୍ରିଜୟଙ୍କ ପତ୍ନୀ ପ୍ରିୟଙ୍କା ଏଭଳି ଘଟଣା ଘଟାଇ କଟକ ବଡ଼ ମେଡିକାଲରେ ସ୍ୱାମୀଙ୍କ ପାଖରେ ନରହି ନିଜ ବାପାଙ୍କ ଘର ବାଲିଚନ୍ଦ୍ରପୁର ଥାନା ଖଡଗପୁର ଗାଁକୁ ପଳାଇ ଯାଇଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଏପଟେ ତ୍ରିଜୟଙ୍କ ବଡ଼ ଭାଉଜ ମାମିନା ଦାସ ଗୁରୁତର ଅଭିଯୋଗ ଆଣିଛନ୍ତି ପ୍ରିୟଙ୍କାଙ୍କ ନାମରେ। ତ୍ରିଜୟ ଦାସ ଓ ସ୍ତ୍ରୀ ପ୍ରାୟଙ୍କା ଦାସ ଦୀର୍ଘ18 ବର୍ଷଧରି ବୈବାହିକ ଜୀବନ ବିତାଇ ଆସୁଥିବାବେଳେ ସେମାନଙ୍କର କୌଣସି ସନ୍ତାନ ନାହାନ୍ତି। ପ୍ରିୟଙ୍କା ଦୀର୍ଘଦିନ ଧରି ପରକିୟାପ୍ରୀତି କରି ଆସୁଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗୁଥିଲାବେଳେ ତ୍ରିଜୟଙ୍କ ଉପରେ ପ୍ରିୟଙ୍କା କିରାସିନିଢାଳି ଏଭଳି ଅଭାବନୀୟ ଘଟଣା ଘଟାଇ ଥିବାର ଅଭିଯୋଗ କରିଛନ୍ତି ତ୍ରିଜୟଙ୍କ ବଡ଼ ଭାଉଜ। ତ୍ରିଜୟଙ୍କ ପରିବାରପକ୍ଷରୁ ଜଗତପୁର ଥାନା ପାଗା ଫାଣ୍ଡିରେ ଅଭିଯୋଗ କରାଯାଇଛି।

Related posts

ସେବା ଅନୁଷ୍ଠାନ ତରଫ ରୁ କମ୍ବଳ ବଣ୍ଟନ

Odisha Halchal

ସ୍ଥାନୀୟ ଲୋକଙ୍କ ଦ୍ୱାରା ଚୋରକୁ ନିର୍ଧୁମ ମାଡ଼

Odisha Halchal

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ଅନଲାଇନ ମାଧ୍ୟମ ରେ ଆନ୍ତର୍ଜାତିୟ ସମ୍ମିଳନୀ

Odisha Halchal

Leave a Comment