ଓଡ଼ିଶା ଖବରନ୍ୟୁଜ୍

ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମ ଜୟନ୍ତୀ

ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମ ଜୟନ୍ତୀ

ସୁନ୍ଦରଗଡ :-(ରିପୋର୍ଟ :-ସୂରଜ ପ୍ରତାପ ମହାନ୍ତି)ବଣାଇଁଗଡ ସହରସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ବଣାଇ, ରେ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ରୌପ୍ୟ ଜୟନ୍ତୀ ଆଜି ଉଦଘାଟିତ ହୋଇଯାଇଛି। ଏଥିରେ ପ୍ରଥମେ ବିଦ୍ୟାଳୟ ପରିସରରେ ଶ୍ରୀ ଅରବିନ୍ଦଙ୍କ ପତକା ଉତ୍ତୋଳନ କରାଯିବା ପରେ ଏକ ଚେତନା ରଥ ଶୋଭାଯାତ୍ରା ସହର ପରିକ୍ରମା କରି ବନ୍ଦେ ମାତରମ୍ ଗାନ କରାଯାଇଥିଲା।

ଉଦଘାଟନୀ ଉତ୍ସବରେ ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତା କରି ଥିବା ବେଳେ ମୁଖ୍ୟ ଅତିଥି ଭାବେ ବଣାଇଁ ରାଜା ସାହେବ ବୀର କେଶରୀ ଇନ୍ଦ୍ର ଦେଓ ଦେବ, ସମ୍ମାନିତ ଅତିଥି ଭାବେ ସଂସ୍କୃତ ପ୍ରଫେସର ଡକ୍ଟର ବୁଦ୍ଧଦେବ ଷଡଙ୍ଗୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟବକ୍ତାଭାବେ ଡକ୍ଟର ଦେବଦତ୍ତ କର ଏବଂ ଓଡିଶା ନିଉ ଏଜୁକେସନାଲ୍ ଷ୍ଟଟର ସମ୍ପାଦକ ପ୍ରସାଦ ତ୍ରିପାଠୀ ଉଦଘାଟକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସମତା ଯୋନର ସଂଯୋଗ ଡମ୍ବରୁଧର ସାହୁ ସଂଯୋଜନା କରିଥିବା ବେଳେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ପ୍ରଦୀପ ମିଶ୍ର ସ୍ବାଗତ ଜଣାଇଥିଲେ ।

ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ରୌପ୍ୟ ଜୟନ୍ତୀ ଉତ୍ସବର ପୁସ୍ତକ ସ୍ମରଣିକାକୁ ଉନ୍ମୋଚିତ କରିଥିଲେ ।ଏହା ସହିତ ଶିକ୍ଷା କେନ୍ଦ୍ରର ନୂତନ ଭାବେ ନିର୍ମାଣ ହୋଇଥିବା ଛାତ୍ରୀ ନିବାସକୁ ଉଦଘାଟନ କରିବା ସହିତ ପରେ ଶ୍ରୀ ଅରବିନ୍ଦଙ୍କ ପ୍ରଚାର ଓ ପ୍ରସାର ପାଇଁ ଏକ ନୂତନ ୟୁଟୁବ ଚେନାଲ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ବଣାଇଁ ଉପଖଣ୍ଡର ୩୧ ଜଣ ସମ୍ବାଦିକଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ।ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାଏକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Related posts

ପୋଖରୀରୁ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର, ୨ ଦିନ ପୂର୍ବରୁ ଥିଲେ ନିଖୋଜ

Odisha Halchal

ରାଜ୍ୟରେ କାଳବୈଶାଖୀ ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ୪୦-୫୦ କିମି ବେଗରେ ବହିବ ପବନ

Odisha Halchal

୨୦୦ଟଙ୍କିଆ ନକଲି ନୋଟ୍‌ କାରବାର ପର୍ଦ୍ଦାଫାସ

Odisha Halchal

Leave a Comment