ଅପରାଧଓଡ଼ିଶା ଖବରନ୍ୟୁଜ୍

ଏସଡିପିଓ ଓ ଆଇଆଇସିଙ୍କୁ ଗଞ୍ଜେଇ ଵୋଝେଇ ଗାଡି ଚଢାଇ ହତ୍ୟା କରିବା ଉଦ୍ୟମ ପଣ୍ଡ

ଏସଡିପିଓ ଓ ଆଇଆଇସିଙ୍କୁ ଗଞ୍ଜେଇ ଵୋଝେଇ ଗାଡି ଚଢାଇ ହତ୍ୟା କରିବା ଉଦ୍ୟମ ପଣ୍ଡ

ରାୟଗଡା:-(ରିପୋର୍ଟ-ପ୍ରସାଦ ସାହୁକାର) ଚନ୍ଦ୍ରପୁର ବ୍ଲକ ମାଓ ଉପାନ୍ତ ଚନ୍ଦ୍ରପୁର ଥାନା ଅଧିନସ୍ଥ ଵିଜାପୁରୁ ଜଙ୍ଗଲ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ରାଜ ଦେଖି ସହ୍ୟ କରିପାରି ନଥିଲେ ଏସ୍ ଡିପିଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ।କୈ।ଣସି ଏକ ସରକାରୀ କାର୍ଯ୍ୟରେ ଚନ୍ଦ୍ରପୁରୁ ଆଇ ଆଇ ସି ମୁକୁନ୍ଦ ନାୟକ ଏବଂ ପୋଲିସ ଟିମ୍ ଙ୍କ ସହିତ ଵିଜାପୁରୁ ଯାଇଥିଲେ।

ହେଲେ ଦୁଇଦିନ ପୂର୍ବରୁ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଚେକିଙ୍ଗ୍ ଯୋରଦାର ଚାଲିଥିଲା ଏବଂ ସେନେଇ ରାୟଗଡା ଜିଲ୍ଲାର ଶହଶହ କୁଇଣ୍ଟାଲ ଟ୍ରକ ଠାରୁ ଆରମ୍ଭ କରି ବାଇକ୍ ପର୍ଯ୍ୟନ୍ତ ଚାଲାଣ ହେଉଥିବା ଗଞ୍ଜେଇ ଧରିବାରେ ସଫଳତା ପରେ ସଫଳତା ହାସଲ କରିଆସୁଥିବା ପୋଲିସ ବିଭାଗର ଵିଷମ କଟକ ଏସଡିପିଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଏକପ୍ରକାର ଗଞ୍ଜେଇ ଧରା କୁହୁକ ବିଦ୍ୟା ଧାରୀ ପୋଲିସ ଅଧିକାରୀ ଭାବରେ ଵେଶ ଜଣା ଶୁଣା ହୋଇ ସୁନାମ ଅର୍ଜନ କରିଛନ୍ତି।

ଏଠାରେ ମଧ୍ୟ ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ,ସେହି ସମୟରେ ପିକପ୍ ଭ୍ୟାନରେ ଗଞ୍ଜେଇ ଲୋଡ ହୋଇ ଜଙ୍ଗଲଦେଇ ଆସୁ ଥିବା ଖବର ମିଳିଥିଲା। ଏହି ସମୟରେ ସାହସରସହିତ ଏସଡିପିଓ ଓ ଆଇ ଆଇ ସି ଗଞ୍ଜେଇ ବୋଝେଇ ଓଡି ଏଏସ ୬୭୯୬ନମ୍ଵର ଥାଇ ପିକପ୍ ଗାଡିଆସୁଥିବା ସମୟରେ ସେହି ଗଞ୍ଜେଇ ଗାଡିକୁ ଅଟକାଇବାକୁ ଚେଷ୍ଟା କରିବାରୁ ମାଫିଆ ମାନେ ପୋଲିସ ଅଧିକାରୀଙ୍କ ଉପରେ ଗାଡି ଚଢାଇ ଦେବାକୁ ଚେଷ୍ଟା କରିଥିଲେ, ପୋଲିସ ଚତୁରତା ସହିତ ରାସ୍ତା କଡକୁ ଆସିଯାଇଥିଲେ।

ପରେ ଗାଡିକୁ ପିଛା କରିବାରୁ ଦୁର୍ଵୁତ ପୋଲିସ୍ କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ, ହେଲେ ଆଇ ଆଇ ସି ଓ ଏସଡିପିଓଙ୍କ ଗୋଡ଼ରେ ଆଘାତ ପାଇଥିଲେ ମଧ୍ୟ ନିଜର ଏବଂ ପୋଲିସ ଟିମର ଜୀବନ ରକ୍ଷା ନିମନ୍ତେ ଗୁଳି ବିନିମୟ କରି ଗଞ୍ଜେଇ ବୋଝେଇ ଗାଡି ଜଵତ ସହ ଦୁଇଜଣ ମାଫିଆଙ୍କୁ ଗିରଫ କରି ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରାଯାଇଛି। ପୋଲିସର ଏପରି ସାହସିକତା ସାଧାରଣରେ ପ୍ରସଙ୍ସିତ ହୋଇଛି।

Related posts

ବାଇକ ଚୋରି ରାକେଟର ପର୍ଦ୍ଦାଫାସ

Odisha Halchal

ମୁଖ୍ୟ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ଏପ୍ରିଲ ୨୯ରୁ ମେ ୬ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା

Odisha Halchal

ବକ୍ସିଂ ଷ୍ଟାର ମୁଷା ୟମକଙ୍କ ହୃଦଘାତରେ ମୃତ୍ୟୁ

Odisha Halchal

Leave a Comment