ଓଡ଼ିଶା ଖବରନ୍ୟୁଜ୍

ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ୨୭ ଜଣ ଛାତ୍ର ଛାତ୍ରୀ

ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ୨୭ ଜଣ ଛାତ୍ର ଛାତ୍ରୀ

ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି ୨୭ ଜଣ ଛାତ୍ର ଛାତ୍ରୀ ପାଠ ପଢିବା ନିମନ୍ତେ ୬ କିଲୋମିଟର ଯାତ୍ରା କରିବା କୁ ପଡୁଛି। ।ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ଅନେକ ଯୋଜନା କରିଛନ୍ତି। ସେଥିମଧ୍ୟରୁ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ନିମନ୍ତେ 5T ମାଧ୍ୟମରେ ବିଦ୍ୟାଳୟ ଗୁଡିକ ର ରୂପାନ୍ତି କରଣ କରାଯାଉଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ପଞ୍ଚାୟତ ଲଙ୍ଗଳ ଅଟାଳ ଗ୍ରାମ ଯେଉଁ ଗ୍ରାମ ରେ ୨୭ ଜଣ ଛାତ୍ର ଛାତ୍ରୀ ବିଦ୍ୟାଳୟ ନ ଥିବା ଯୋଗୁ ଶିକ୍ଷା ନିମନ୍ତେ ବଞ୍ଚିତ ହୋଇଛନ୍ତି । ସରକାର ଙ୍କ ନିୟମ ଅନୁସାରେ ଯେଉଁ ବିଦ୍ୟାଳୟ ରେ ୧୫ ଜଣ ରୁ କମ ଛାତ୍ରଛାତ୍ରୀ ଥାନ୍ତି ସେଠାରେ ବିଦ୍ୟାଳୟ ବନ୍ଦ କରାଯାଉଥିଲା। ବର୍ତ୍ତମାନ ପାଠ ପଢିବାକୁ ତିନି କିଲୋମିଟର ଜଙ୍ଗଲ ରାସ୍ତାରେ କୁନି ପିଲାଙ୍କ ପଦଯାତ୍ରା ଦେଖିବାକୁ ମିଳିଛି।ବାଧକ ସଜିଲା ସରକାରୀ ନୀତି।ଆବଶ୍ୟକୀୟ ଛାତ୍ର ଛାତ୍ରୀ ଅଭାବରୁ ବନ୍ଦ ହୋଇଯାଇଛି ସ୍କୁଲ ।

ପାଠ ପଢିବାକୁ ୬ କିଲୋମିଟର ପାହାଡ଼ ଜଙ୍ଗଲ ଘେରା ରାସ୍ତାରେ କୁନି ପିଲା ମାନେ ବିପଦ ସଂକୁଳ ପଦଯାତ୍ରା କରି ଆସୁଛନ୍ତି ସ୍କୁଲ। ଆଉ ଗାଁର ଅନେକ କୁନି ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଡୋରି ପଡିଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ପଞ୍ଚାୟତ ର ଲଙ୍ଗଳଅଟାଳ ଗ୍ରାମ, ଯାହା କୋରାପୁଟ,ରାୟଗଡା ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ଅବସ୍ଥିତ ।ଏହି ଗ୍ରାମ ର କୁନିକୁନି ଛାତ୍ରଛାତ୍ରୀ ଯେଉଁମାନଙ୍କ ବୟସ ୫ ରୁ ୧୩ ବର୍ଷ ମଧ୍ୟରେ ହେବ ସେହି କୁନିକୁନି ଛାତ୍ରଛାତ୍ରୀ ପିଠିରେ ବହି ବସ୍ତାନୀର ଓଜନ ବୋହି ପାଠ ପଢିବା ପାଇଁ ପାଦରେ ଚାଲିଚାଲି ୬ କିଲୋମିଟର ରାସ୍ତା ଯିବାଆସିବା କରି ନିକଟସ୍ଥ ମୁଦୁଲିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସୁଛନ୍ତି।କଅଁଳ ମୋତି ଶିଶୁଙ୍କ ଅଝଟ ମନ ପାଠ ପଢିବାକୁ ଛନ୍ନ ଛନ୍ନ। ବାପା,ମାଆଙ୍କ ବାରଣ ସତ୍ତ୍ୱେ ପାହାଡ଼ ଜଙ୍ଗଲ ଘେରା ରାସ୍ତାରେ ହିଂସ୍ର ଜନ୍ତୁ ଙ୍କ ଭୟ କୁ ଭ୍ରୁକ୍ଷେପ ନ କରି ଜ୍ଞାନ ର ଆଲୋକ ରେ ନିଜକୁ ଆଲୋକିତ କରିବା ଲକ୍ଷ ନେଇ ସ୍କୁଲ କୁ ଚାଲି ଚାଲି ଯାଉଥିବାର ଦୃଶ୍ୟ ମନକୁ ଉତ୍ତଫୁଲିତ କରିବା ସହ ବ୍ୟାକୁଳ ମଧ୍ୟ କରୁଛି।

ଆବଶ୍ୟକୀୟ ଛାତ୍ର ଛାତ୍ରୀଙ୍କ ଅଭାବରୁ ସରକାରୀ ନିୟମ ଅନୁସାରେ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଗତ ଦୁଇ ବର୍ଷ ହେବ ନିକଟସ୍ଥ ଗ୍ରାମକୁ ଉଠିଯାଇଛି । ଯାହାଫଳରେ ଛାତ୍ର ଛାତ୍ରୀଙ୍କୁ ୩ କିଲୋମିଟର ଦୂରରେ ଥିବା ମୁଦୁଲିଗୁଡା ସ୍କୁଲକୁ ପାଠ ପଢିବା ପାଇଁ ପିଠିରେ ବହି ବସ୍ତାନୀ ଧରି ଚାଲି ଚାଲି ଯାଉଛନ୍ତି।ମୁଦୁଲିଗୁଡା ବିଦ୍ୟାଳୟରେ ଲଙ୍ଗଳଅଟାଳ ଗ୍ରାମର ୨୭ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥବା ବେଳେ ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିବା ୩ ଜଣ ଛାତ୍ରଛାତ୍ରୀ, ଦୂତୀୟ ଶ୍ରେଣୀର ୧୧ ଜଣ,ତୃତୀୟ ଶ୍ରେଣୀର ୪ ଜଣ, ଚତୁର୍ଥ ଶ୍ରେଣୀର ୪ ଜଣ ଛାତ୍ରଛାତ୍ରୀ ପ୍ରତିଦିନ ୬ କିଲୋମିଟର ବିପଦ ସଂକୁଳ ରାସ୍ତାରେ ଯିବା ଆସିବା କରିନପାରି ମାସରେ ୩ ରୁ ୪ ଦିନ ବିଦ୍ୟାଳୟକୁ ଆସୁଛନ୍ତି।ଗାଁର ଅନେକ କୁନିକୁନି ଛାତ୍ରଛାତ୍ରୀ ଦୂର ଓ ବିପଦ ସଂକୁଳ ରାସ୍ତା କାରଣରୁ ବିଦ୍ୟାଳୟରେ ନାମ ନଲେଖାଇ ଘରେ ବସିକି ଅଛନ୍ତି।

ଗାଁରେ ପୁଣିଥରେ ବିଦ୍ୟାଳୟ ଖୋଲାଯାଉ କିମ୍ବା ଛାତ୍ରଛାତ୍ରୀଙ୍କ ଜାତୟତର ସୁବିଧା କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ । ମୁଦୁଲିଗୁଡା ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ରହିଛି । ଯେଉଁଠି ନଙ୍ଗଳଅଟାଳ ଗ୍ରାମର ୨୨ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ସ୍କୁଲ ସ୍ଥାନାନ୍ତରିତ ହେବା ସମୟରେ କୁନି କୁନି ଛାତ୍ର ଛାତ୍ରୀ ଙ୍କ ହିତ କୁ ଦୃଷ୍ଟିରେ ରଖି ବସର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲା ଜିଲ୍ଲା ପ୍ରଶାସନ।କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରତିଶୃତି ପାଳନ ହୋଇପାରିଲା ନାହିଁ ଏ ସମ୍ପର୍କରେ ନନ୍ଦାହାଣ୍ଡି ବ୍ଲକ ଜୋନ୍ ୨ ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର ଗତ ଜିଲ୍ଲା ପରିଷଦ ବୈଠକରେ ପ୍ରଶ୍ନ ମଧ୍ୟ ଉଠାଇଥିଲେ। ଏହି ସମସ୍ୟାକୁ ନେଇ ଆମେ ନନ୍ଦାହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ କ୍ଷିରୋଦ ଚନ୍ଦ୍ର ସାହୁ ଙ୍କୁ ସାକ୍ଷାତ କରିବାରୁ ସେ ତୁରନ୍ତ ଏହାର ସମାଧାନ କରିବେ ବୋଲି କହିଛନ୍ତି।

Related posts

ମାନସ ହତ୍ୟା ପଛରେ ମେମୋରୀ ଚିପ୍‌ ଓ ୱେବ୍‌ ପୋର୍ଟାଲ୍‌ ମାଲିକାଣୀ

Odisha Halchal

ବହୁଦିନ ଧରି ଜଳ ସମସ୍ୟାରେ ଚାଷୀ,ଫସଲ ନକରି ପଡିଆ ପଡିଛି ଚାଷଜମି

Odisha Halchal

ଭୋଜିଭାତ ଖାଇ ୩୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ସମେତ ୫୦ ରୁ ଅଧିକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ

Odisha Halchal

Leave a Comment