ଓଡ଼ିଶା ଖବରନ୍ୟୁଜ୍

ବାଇକ୍ ଦୁର୍ଘଟଣା, ଗୋଟିଏ ପରିବାର ର ତିନି ମୃତ

ବାଇକ୍ ଦୁର୍ଘଟଣା, ଗୋଟିଏ ପରିବାର ର ତିନି ମୃତ

ସୁନ୍ଦରଗଡ଼ :-(ରିପୋର୍ଟ-ସୂରଜ ପ୍ରତାପ ମହାନ୍ତି) କେବଲାଙ୍ଗ ଥାନା ଅନ୍ତର୍ଗତ ଲହଙ୍ଗାପଡl ଠାରେ ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣା ଘଟି ଗୋଟିଏ ପରିବାରର ଜଣେ ଶିଶୁ ସମେତ ବାପା ଓ ମା କୁ ମିଶାଇ ତିନି ଜଣ ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି l ଘଟଣା ସ୍ଥଳରେ ଶିଶୁ ର ମୃତ୍ୟୁ ଘଟିଥିବାବେଳେ ବାପା ଓ ମା ଗୁରୁତର ହୋଇ ରାଉରକେଲା ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ ହୋଇଥିଲେ l

ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି l ଏମାନେ ଗୋପନl ରୁ ନିଜ ଘର ଲହଙ୍ଗାପଡା କୁ ବାଇକ୍ ରେ ଫେରୁଥିବାବେଳେ ଏକ ପୋଲ ରେ ଭାରସାମ୍ଯ ହରାଇ ପିଟି ହୋଇଥିଲେ, ବାପା ନରେଶ ମହାନ୍ତ, ମା ନନ୍ଦିନୀ ମହାନ୍ତ, ଏବଂ ଜଣେ ଆଠ ବର୍ଷ ର ଝିଅ ଗୁରୁତର ହୋଇଥିବା ବେଳେ ତିନି ବର୍ଷ ର ଝିଅ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା, ବର୍ତ୍ତମାନ୍ ସୁଦ୍ଧା ଏହି ଦୁର୍ଘଟଣା ରେ ତିନି ଜଣ ଙ୍କ ମୃତ୍ୟୁ ଘଟିଛି l ଅନ୍ୟ ଜଣ ଆଠ ବର୍ଷ ର ଝିଅ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସା ଧିନ ଅଛନ୍ତି l ପୋଲିସ୍ ତଦନ୍ତ ଆରମ୍ଭ କରିଛି l

Related posts

ଜିଏସଟି ପରିଷଦର ସୁପାରିଶ କେନ୍ଦ୍ର ଓ ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହନ୍ତି: ସୁପ୍ରିମକୋର୍ଟ

Odisha Halchal

ବିଦାୟ ନେଲେ ମାଁ ଶ୍ଵାମକାଳି

Odisha Halchal

ଆଜିର ଅପଡେଡ଼ ଖବର

Odisha Halchal

Leave a Comment