ଅପରାଧଓଡ଼ିଶା ଖବରନ୍ୟୁଜ୍

୪୧କେଜି ୪୫ଗ୍ରାମ ଗଞ୍ଜେଇ ସହ ଦୁଇ ଗିରଫ

୪୧କେଜି ୪୫ଗ୍ରାମ ଗଞ୍ଜେଇ ସହ ଦୁଇ ଗିରଫ

ରାୟଗଡା :-ବିଷମକଟକ ଥାନା କାର୍ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଦୁଇ ମାଫିଆ ଙ୍କୁ ଗିରଫ କରିଛି । ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ ସ୍ଥାନୀୟ ନେତାଜୀ ଛକ ନିକଟରେ ଏମ୍ ଭି ଚେକିଂ କରିବା ସମୟରେ ଏହି ଗଞ୍ଜେଇ କୁ ଜବତ କରିଛି ।

ମୋହନା ରୁ ଉତ୍ତର ପ୍ରଦେଶ କୁ ଫୋର୍ଡ ଫିଗ କାର୍ ରେ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଏହି ଗଞ୍ଜେଇ କୁ ଜବତ କରବା ସହ ଦୁଇ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି । ଗିରଫ ଦୁଇ ଗଞ୍ଜେଇ ମାଫିଆଙ୍କ ପରିଚୟ ହେଉଛି କମଲେଶ କୁମାର ଓ ମୁକେଶ କୁମାର । ଦୁହେଁଙ୍କ ଘର ଉତ୍ତରପ୍ରଦେଶ ହୋଇ ଥିବା ବଳେ ଏମାନଙ୍କ ନିକଟରୁ ୪୨ କେଜି ୪୫ଗ୍ରାମ ଗଞ୍ଜେଇ ତିନଟି ମୋବାଇଲ ଓ ୫୧୪୦ ଟଙ୍କ ନଗଦ ଜବତ ହୋଇଛି ।

ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨ଲକ୍ଷ ୫ହୋଜାର ୨୨୫ ଟଙ୍କା ବୋଲି ଜଣା ପଡିଛି ।ଏହି ଗଞ୍ଜେଇ କାରବାରରେ ଆଉ କିଏ ସମ୍ପୃକ୍ତ ଅଛିକି ନାହିଁ ସେ ନେଇ ତଦନ୍ତ କରିବା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ବିଷମ କଟକ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Related posts

ଆରବିଆଇ ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

Odisha Halchal

ଲୋକେ ହେଲେ ଛାନିଆ, ସାମ୍ନାକୁ ଆସିଲେ ସୁପରଷ୍ଟାର୍‌ଙ୍କ ଡୁପ୍ଲିକେଟ୍‌

Odisha Halchal

ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବ ରାଜ୍ୟ

Odisha Halchal

Leave a Comment