ଅପରାଧଓଡ଼ିଶା ଖବରନ୍ୟୁଜ୍

ବ୍ଲକରେ ଚାଲିଛି ମହାଦୁର୍ନୀତି

ବ୍ଲକରେ ଚାଲିଛି ମହାଦୁର୍ନୀତି

ସମ୍ବଲପୁର(ଓଡିଶା ହାଲଚାଲ):-ବ୍ଲକରେ ଚାଲିଛି ମହାଦୁର୍ନୀତି,ବିରୋଧ କଲେ ୨୧ ସମିତି ମେମ୍ବର। ସମ୍ବଲପୁର ଜିଲ୍ଲା ଜମନକିରା ଅଞ୍ଚଳ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ,ହେଲେ ଏଠି ଉନ୍ନୟନ କାର୍ଯ୍ୟ ବଦଳରେ ଚାଲିଛି ମହା ଦୁର୍ନୀତି,ପ୍ରକାଶ ଥାଉ କି ଆଜି ବ୍ଲକ ସଭାଗୃହ ରେ ସମିତି ଅଧ୍ୟକ୍ଷା ଅଶ୍ରିତା ଭୋଇ ଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଟିତ ହୋଇଥିଲା।

ଏହି ବୈଠକ ରେ କୃଷି ଓ ଉଦ୍ୟାନ କୃଷିବିଭାଗ, ଉଠା ଜଳ ସେଚନ, କ୍ଷୁଦ୍ର ଜଳସେଚନ,ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ପାଳନ, ଶିଶୁ ବିକାଶ,ବିଦ୍ୟୁତ୍, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା କୁ ନେଇ ଆଲୋଚନା ହୋଇଥିଲା,ଆଜି ଏଇ ବୈଠକ ରେ ସମସ୍ତ ପଂଚାୟତ ର ସରପଞ୍ଚ,ସମିତି ଜୀବିକା ମିଶନ ଉପରେ ଆଲୋଚନା କରି ବିପିଏମ ଶ୍ରୀ କରିମ୍ ଙ୍କ ଦୁର୍ନୀତି ଖୋର୍ କାର୍ଯ୍ୟ କୁ ବିରୋଧ କରି ତାଙ୍କୁ ଅନ୍ୟତ୍ର ବଦଳି ପାଇଁ ପି.ଡି ଙ୍କୁ ଲିଖିତ ଜଣାଇଛନ୍ତି।

ଅନ୍ୟ ପଟେ ଗ୍ରାମାଞ୍ଚଳ ରେ ଲଗାଯାଇଥିବା ଷ୍ଟ୍ରିଟ ଲାଇଟ୍ ର ଖର୍ଚ୍ଚ କୁ ବିରୋଧ କରି ବିଡ଼ିଓ ପ୍ରସନ୍ନ କୁମାର ପଟେଲ ଙ୍କ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି, ପ୍ରକାଶ ଥାଉ କି ଜମନକିରା ଅଞ୍ଚଳରେ ସର୍ବମୋଟ ଦୁଇଶହ ଦଶ ଗୋଟି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଛି ଯାହାର ମୂଲ୍ୟ ଅତିବେଶୀରେ ଦଶଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବ କିନ୍ତୁ ବିଡ଼ିଓ ମହାଶୟ ୪୪ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ପ୍ରକାଶ କରିଛନ୍ତି ତେଣୁ ଏହାର ସଠିକ୍ ତଦନ୍ତ ହେଲେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ସମସ୍ତ ସମିତି ଓ ସରପଞ୍ଚ ଦାବି କରିଛନ୍ତି।

Related posts

ଆଦିବାସୀବହୁଳ ଅଞ୍ଚଳରେ ବର୍ଷିବ ସୁନା

Odisha Halchal

ଖୁଣ୍ଟିଗୋରାରେ ମାଓ ପୋଷ୍ଟର!

Odisha Halchal

ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ଖୁସି ଖବର ଦେଲେ ନନ୍ଦନକାନନ କର୍ତ୍ତୃପକ୍ଷ

Odisha Halchal

Leave a Comment