ଓଡ଼ିଶା ଖବରନ୍ୟୁଜ୍

ଧବଳେଶ୍ୱର ପୀଠରେ ଏବର୍ଷ ହେବନି ଯାତ୍ରା

ଧବଳେଶ୍ୱର ପୀଠରେ ଏବର୍ଷ ହେବନି ଯାତ୍ରା

କଟକ ଜିଲ୍ଲାର ଆଠଗଡ଼ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲ ଆଜି ବନ୍ଦ ରହିଛି । ଏନେଇ ଗତକାଲି ଜିଲ୍ଲାପାଳ ସୁଚନା ଦେଇଥିଲେ । ପୋଲର ନିରାପତ୍ତା ଯାଞ୍ଚ ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।
କେବଳ ଏତିକି ନୁହେଁ ୧୪୪ ଧାରା ମଧ୍ୟ ଜାରୀ କରାଯାଇଛି ।

ଏହା ସହିତ ଏବର୍ଷ ଧବଳେଶ୍ୱର ଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ଧବଳେଶ୍ୱର ପୀଠକୁ କୌଣସି ଶ୍ରଦ୍ଧାଳୁଙ୍କୁ ଯିବାକୁ ଅନୁମତି ଦିଆଯିବନି ।ଆଗକୁ ପଞ୍ଚୁକ ଓ ବଡ ଓଷା ଥିବାରୁ ଏମିତି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି କଟକ ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସ୍ପି ସିଦ୍ଧାର୍ଥ କାଟାରିଆ ।

ଗତକାଲି କୋଲକାତାର ନେହରୁ କଲୋନୀ ସ୍ଥିତ ଇଣ୍ଟିଗ୍ରେଟେଡ୍ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ୍ ଆଣ୍ଡ ସର୍ଭିସ୍‌ର ଅଭିଜିତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଏକ ବୈଷୟିକ ଟିମ୍ ପୋଲକୁ ଯାଞ୍ଚ୍ କରିଥିଲେ ।
ଆବଶ୍ୟକ ହେଲେ ସୁରକ୍ଷା ପାଇଁ ଝୁଲା ପୋଲକୁ ସମ୍ପୁର୍ଣ୍ଣ ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯିବ ବୋଲି ସୁଚନା ଦେଇଛନ୍ତି ଜିଲ୍ଲାପାଳ । ଝୁଲା ପୋଲରେ ଏବେ ଯାତାୟତ କରିବେ ୨୦୦ ଲୋକ । ଏହି ପୋଲର କ୍ଷମତା ୬୦୦ ଶହ ଥିବା ବେଳେ ଗୁଜୁରାଟ ଝୁଲା ପୋଲ ଦୁର୍ଘଟଣା ପରେ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ ।

Related posts

ଗ୍ୟାସ ସିଲିଣ୍ଡର ଫାଟି ଘର ଛିନଛତ୍ର, ୨ ଗୁରୁତର

Odisha Halchal

ମାଓ କେମ୍ପ ଠାବ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ SP

Odisha Halchal

ବିକଟାଳ ଶଦ୍ଦ କରୁଥିବା ୫୧ଟି ବୁଲେଟର ସାଇଲେନସର ଜବତ

Odisha Halchal

Leave a Comment