ଓଡ଼ିଶା ଖବରନ୍ୟୁଜ୍

ଏମିତି ଶିକ୍ଷକ କେବେ ମିଳିବେନି

ଏମିତି ଶିକ୍ଷକ କେବେ ମିଳିବେନି

କେନ୍ଦ୍ରାପଡା(ଓଡିଶା ହାଲଚାଲ):-ଜଗତି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l କେନ୍ଦ୍ରାପଡା ଶିକ୍ଷା ଜିଲ୍ଲା ମହାକାଳପଡ଼ା ମଣ୍ଡଳ ଶିକ୍ଷାଧିସ ଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ବାରଡାଙ୍ଗ ପଂଚାୟତ ଜଗତି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷଜ ପିତାମ୍ବର ମଲ୍ଲ ସଭାପତିତ୍ୱ କରିଥିବା ବେଳେ ABEO ମିନତୀ ସେଠି, CRCC ଶିଶିର ପରିଡା,ସାଥି ଶିକ୍ଷକ, ଦୁର୍ଲ୍ଲଭ ଜେନା,ସୁରେଶ ଜେନା, ସୁରେଶ ପରିଡା, ଦିଲ୍ଲୀପ ସାହୁ, ମନୋଜ ନନ୍ଦ ଓ ଶିକ୍ଷକ ନେତା ଅମୀୟ ଚୌଧୁରୀ ଆଦି ଯୋଗ ଦେଇଥିଲେ l

ଏତଦ ବ୍ୟତୀତ ଅବସର ପ୍ରାପ୍ତ ଶିକ୍ଷକ ରମେଶ ସାହାଣୀ, ପ୍ରଫୁଲ୍ଲ ପ୍ରଧାନ ଆଦି ଯୋଗ ଦେଇ ପ୍ରଧାନ ଶିକ୍ଷକ ମାଧବ ଚରଣ ବାରିକ ଙ୍କ ଚାକିରୀ କାଳର କାର୍ଯ୍ୟଦକ୍ଷତା ଉପରେ ଆଲୋକ ପାତ କରିଥିଲେ l ସେହିପରି ବିଦ୍ୟାଳୟ ପରିଚାଳନା କମିଟିର ପ୍ରାକ୍ତନ ସଭାପତି, ସଂଜୀବ ଦଳାଇ, ରବୀନ୍ଦ୍ର ମଲ୍ଲିକ, ସୁଦର୍ଶନ ମଲ୍ଲିକ ଓ ଚକ୍ରଧର ଦଳାଇ ଆଦି ଉପସ୍ଥିତ ଥିଲେ l ଶ୍ରୀ ବାରିକ ଙ୍କ ଅତୁଟ ସ୍ନେହ, ଶ୍ରଦ୍ଧା ଓ କାର୍ଯ୍ୟ ଦକ୍ଷତା ପାଇଁ ଗ୍ରାମର ଆବାଳ ବୃଦ୍ଧ ବନିତା ଯୋଗ ଦେଇ ଏକ ନିଆରା ପରମ୍ପରା ସୃଷ୍ଟି କରିଥିଲେ l ସମ୍ପୃକ୍ତ ବିଦ୍ୟାଳୟ ରେ ଦୀର୍ଘ 16ବର୍ଷ ଧରି ଶିକ୍ଷକତା ଜରିଥିବା ବେଳେ ସମୁଦାୟ 32ବର୍ଷରୁ ଉର୍ଦ୍ଧ୍ୱ ଦିନ ଶିକ୍ଷକତା ଭିତରେ ଛାତ୍ର ଛାତ୍ର ଓ ସାଥି ଶିକ୍ଷିକା,/ଶିକ୍ଷକ ଙ୍କ ପ୍ରତି ଶ୍ରୀ ବାରିକ ଙ୍କର ଅଶେଷ ଅବଦାନ ରହିଛି l

ଯାହା ନେଇ ବିଦାୟ କାଳୀନ ସଭାରେ ଗ୍ରାମର ମହିଳା ପୁରୁଷ, ପ୍ରାକ୍ତନ ଛାତ୍ର /ଛାତ୍ରୀ ଠାରୁ ଅଧ୍ୟୟନ ରତ ଛାତ୍ର /ଛାତ୍ରୀ ସଭିଏଁ ଶିକ୍ଷକ ଶ୍ରୀ ବାରିକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ସେହିପରି ବିଦ୍ୟାଳୟ ତରଫରୁ ଚାରି ପ୍ରାକ୍ତନ ସଭାପତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଶ୍ରୀ ବାରିକ କେବଳ ବ୍ଲକ ଶିକ୍ଷକ ସଂଘର ସମ୍ପାଦକ ନଥିଲେ ଜିଲ୍ଲା ସଙ୍ଘ ର ସହକାରି ସମ୍ପାଦକ ଭାବେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ସମସ୍ତ ଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି l ଅବସର ନେବା ପରେ ବି ଆଗାମୀ ଦିନରେ ଶିକ୍ଷକ ମାନଙ୍କ ସୁଖ ଦୁଃଖରେ ସହାଭାଗୀ ହେବା ସହିତ ଶିକ୍ଷକ ମାନଙ୍କର ସମସ୍ୟା କୁ ସମାଧାନ କରିବା ପାଇଁ ଚେଷ୍ଟା କରିଛି।

Related posts

ସୀମା ଟପୁଛି ଅପରାଧ: ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡି ଫିଙ୍ଗିଦେଲେ

Odisha Halchal

ଇମ୍ରାନ୍‌ଙ୍କୁ ପାଗଳ କରିଥିଲେ ରେଖା

Odisha Halchal

କୋଟି ହୃଦୟର ମଉଡମଣୀ ଗଣକବି ବୈଷ୍ଣବ ପାଣି

Odisha Halchal

Leave a Comment