ଖେଳଦେଶ ବିଦେଶନ୍ୟୁଜ୍

ବକ୍ସିଂ ଷ୍ଟାର ମୁଷା ୟମକଙ୍କ ହୃଦଘାତରେ ମୃତ୍ୟୁ

ବକ୍ସିଂ ଷ୍ଟାର ମୁଷା ୟମକଙ୍କ ହୃଦଘାତରେ ମୃତ୍ୟୁ

ମୁଷାଙ୍କ ଏପରି ମୃତ୍ୟୁ ନେଇ ତାଙ୍କ ତୁର୍କିସ୍ଥିତ ଅଫିସିଆଲ ଟ୍ୱିଟରରୁ ଟ୍ୱିଟ୍‌ କରାଯାଇଛି। ଏଥିରେ ମୁଷା ଅସ୍କାନ ଅହମ୍ମଦ ଆଉ ଅମ ଗହଣରେ ନଥିବା ଉଲ୍ଲେଖ ରହିଛି। ମୁଷା ଏସିୟାନ ଓ ଇୟୁରୋପିୟନ ଚାମ୍ପିୟନସିପ୍ ନିଜ ନାମରେ କରିସାରିଛନ୍ତି। ଏଥିରେ ହୃଦଘାତ ଯୋଗୁ ତାଙ୍କର ବିୟୋଗ ହୋଇଥିବା କୁହାଯାଇଛି। ଶନିବାର ନ୍ୟୁୟର୍କରେ ଅନୁଷ୍ଠିତ ମ୍ୟାଚ୍‌ର ତୃତୀୟ ରାଉଣ୍ଡରେ ଅଚାନକ ମୁଷା ବେହୋସ ହୋଇ ତଳେ ପଡିଯାଇଥିଲେ।

ମୁଷାଙ୍କ ଏପରି ମୃତ୍ୟୁରେ ତାଙ୍କ ପରିବାର ଲୋକେ ଓ ଫ୍ୟାନସ୍‌ ଙ୍କ ମଧ୍ୟରେ ଉତ୍ତେଜନା ଦେଖା ଯାଇଛି। ଏଣୁ ମ୍ୟୁନିକ ପୋଲିସ ମୁଷାଙ୍କ ଘର ଆଖପାଖ ଅଞ୍ଚଳରେ ପାଟ୍ରୋଲିଂ କଡାକଡି କରିଛି। ଉଲ୍ଲେଖ ଯୋଗ୍ୟ ଯେ ମୁଷା ତାଙ୍କ ବକ୍ସିଂ କ୍ୟାରିୟରରେ କେବେବି ନକ ଆଉଟ୍ ମୁକାବିଲା ହାରି ନାହାନ୍ତି। ଏଣୁ ତାଙ୍କର ନକ୍ ଆଉଟ୍ ମ୍ୟାଚରେ ରେକର୍ଡ ୮-୦ ରହିଛି। ମୁଷା ତୁର୍କିରେ ଜନ୍ମ ହୋଇଥିଲେ। ୨୦୧୭ରେ ସେ ପେଷାଦାର ବକ୍ସର ହୋଇଥିଲେ। ତେବେ ୨୦୨୧ ଅନ୍ତର୍ଜାତୀୟ ଚାମ୍ପିୟନ ହେବା ପରେ ତାଙ୍କୁ ଦୁନିଆ ଚିହ୍ନିଥିଲା।

ବକ୍ସିଂ ଷ୍ଟାର ମୁଷା ୟମକଙ୍କ ମୃତ୍ୟୁ ହୋଇଯାଇଛି। କୁହାଯାଉଛି ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ବୟସ ୩୮ ବର୍ଷ ନ୍ୟୁୟର୍କରେ ୟୁଗାଣ୍ଡା ବକ୍ସର ହମଜା ଭଣ୍ଡେରାଙ୍କ ସହ ତାଙ୍କର ମ୍ୟାଚ୍ ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି। ମ୍ୟାଚ୍ ଚାଲୁଥିବା ବେଳେ ଅଚାନକ ମୁଷା ବେହୋଶ ହୋଇଯାଇଥିଲେ। ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ପ୍ରଥମିକ ଉପଚାର କରାଯାଇଥିଲା। ତେବେ କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Related posts

ଆଗକୁ ଆହୁରି ବଢ଼ିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Odisha Halchal

ଦିନିକିଆ କନ୍ଧମାଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ

Odisha Halchal

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ! ଥାନାରେ ଅଭିଯୋଗ କଲେ ଝିଅର ମାଆ

Odisha Halchal

Leave a Comment