ଅପରାଧଓଡ଼ିଶା ଖବରନ୍ୟୁଜ୍

ରୁଚିକା ଆତ୍ମହତ୍ୟା ଘଟଣାକୁ ପୁରିଲା ସପ୍ତାହେ, ଏବେ ବି ମିଳୁନି ରାଗିଂ କରିଥିବା ସିନିଅରଙ୍କ ପତ୍ତା

ରୁଚିକା ଆତ୍ମହତ୍ୟା ଘଟଣାକୁ ପୁରିଲା ସପ୍ତାହେ, ଏବେ ବି ମିଳୁନି ରାଗିଂ କରିଥିବା ସିନିଅରଙ୍କ ପତ୍ତା

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ଏହାରି ଭିତରେ ସପ୍ତାହେ ପୁରି ସାରିଛି । ଏନେଇ ପୋଲିସ ଟିମ ତଦନ୍ତ ଜାରି ରଖିଛି । ହେଲେ ଏଯାଏଁ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ । ଏହାସହିତ ରାଗିଂ କରିଥିବା ୩ ସିନିଅରଙ୍କର ପତ୍ତା ବି ମିଳୁନାହିଁ ।

ସେପଟେ ହଷ୍ଟେଲରେ ଛାତ୍ରୀମାନଙ୍କୁ ପୋଲିସ ପଚରାଉଚରା କରୁଛି । ରୁଚିକା ଆତ୍ମହତ୍ୟାର ତଦନ୍ତ ପାଇଁ ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । କଲେଜର ପ୍ରାୟ ୧୪୩ ଜଣ ସିନିଅରଙ୍କୁ ଜେରା କରାଯାଇଛି ।

ସେହିପରି ରୁଚିକାଙ୍କ ପରିବାର ଲୋକଙ୍କୁ ମଧ୍ୟ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି । ବିଜେବି କଲେଜ ମୁଖ୍ୟ ଫାଟକ ସାମ୍ନାରେ ଛାତ୍ର ସଂଗଠନ ସହ ରୁଚିକାଙ୍କ ମା ୬ ଦିନ ଧରି ଧାରଣାରେ ବସିଛନ୍ତି । ଏହା ପରେ ବି ୩ ସିନିଅରଙ୍କୁ ଧରି ପାରିନି ପୋଲିସ ।

Related posts

ସାମି ଗୀତର ନୂଆ ଭେରାଇଟିର ନାଚ

Odisha Halchal

୧୫୬ କିଲୋଗ୍ରାମ ଗଞ୍ଜେଇ ଜବତ

Odisha Halchal

ଭାରତୀୟ ସୀମାରେ ପାକିସ୍ତାନୀ ସୁଡଙ୍ଗ, ମିଳିଲା ସନ୍ଧାନ

Odisha Halchal

Leave a Comment